ଚତୁର୍ଥ ଶନିବାର ସ୍କୁଲ, କଲେଜ ଖୋଲା ରହିବ

ଭୁବନେଶ୍ବର : ଚତୁର୍ଥ ଶନିବାର ସ୍କୁଲ ଓ କଲେଜ ଖୋଲା ରହିବ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆଜି ଏନେଇ ସ୍ପଷ୍ଟ କରିଛି। ରାଜ୍ୟ ସରକାର ଗତ ଜୁନ୍ ୨୨ତାରିଖରେ ଘୋଷଣା କରିଥିଲେ ଯେ, ମାସର ଚତୁର୍ଥ ଶନିବାର ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ରହିବ। ଏହାପରେ ଶିକ୍ଷାନୁଷ୍ଠାନଗୁଡ଼ିକ ଚତୁର୍ଥ ଶନିବାର ଛୁଟି ରହିବ କି ନାହିଁ ସେ ନେଇ ଦ୍ବନ୍ଦ୍ବ ଉପୁଜିଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଚତୁର୍ଥ ଶନିବାର ଖୋଲା ରହିବ ବୋଲି ଆଜି ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର