ତାଳଚେର ରୋଡ୍‌-ବୁଢ଼ାପଙ୍କ ଚତୁର୍ଥ ଲାଇନ୍ ଆଧୁନିକୀକରଣ କାର୍ଯ୍ୟ ପାଇଁ ଆଜିଠୁ ୩ ଦିନ ପ୍ରଭାବିତ ହେବ ରେଳସେବା

ସମ୍ବଲପୁର: ତାଳଚେର ରୋଡ୍‌ ଓ ବୁଢ଼ାପଙ୍କ ଷ୍ଟେସନ୍‌ ମଧ୍ୟରେ ଚତୁର୍ଥ ଲାଇନ୍‌ର ଆରମ୍ଭ ତଥା ଅନୁଗୁଳ ଓ ତାଳଚେର ରୋଡ୍‌ ମଧ୍ୟରେ ମଧ୍ୟବର୍ତ୍ତୀ ବ୍ଲକ୍ ସିଗ୍‌ନାଲିଂ ଆଦି ନିରାପତ୍ତା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଶନିବାରଠାରୁ ୧୦ ତାରିଖ ପର୍ଯ୍ୟନ୍ତ ରେଳ ସେବା ବାଧାପ୍ରାପ୍ତ ହେବ। ଏହି କାରଣରୁ ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୮୧୦୫/୧୮୧୦୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ୍‌କୁ (ପୂର୍ବରୁ ପାସେଞ୍ଜର ଥିଲା) ଉଭୟ ଦିଗରୁ ବାତିଲ କରାଯାଇଛି। ସେହିପରି ୦୮୪୨୭ ଅନୁଗୁଳ-ପୁରୀ ସ୍ବତନ୍ତ୍ର ଟ୍ରେନ୍ ୮ ତାରିଖ ଦିନ ଚାଲିବ ନାହିଁ।

ଏହି ତିନିଦିନ ମଧ୍ୟରେ ସମ୍ବଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ୧୨୮୯୪ ବଲାଙ୍ଗୀର-ଭୁବନେଶ୍ବର ଇଣ୍ଟର୍‌ସିଟି, ୨୦୮୨୪ ଆଜ୍‌ମେର-ପୁରୀ ଏକ୍ସପ୍ରେସ୍‌, ୧୨୮୭୯ ଏଲ୍‌ଟିଟି-ଭୁବନେଶ୍ବର ଏକ୍ସପ୍ରେସ୍‌, ୧୨୯୯୩ ଗାନ୍ଧୀଧାମ ପୁରୀ ଏକ୍ସପ୍ରେସ୍‌, ୧୮୧୧୭ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ୍‌, ୨୦୮୧୪ ଯୋଧପୁର-ପୁରୀ ଏକ୍ସପ୍ରେସ୍‌, ୨୦୮୧୮ ନୂଆଦିଲ୍ଲୀ-ଭୁବନେଶ୍ବର ରାଜଧାନୀ ଏକ୍ସପ୍ରେସ୍‌ ପରିବର୍ତ୍ତିତ ମାର୍ଗରେ ‌ତାଳଚେର ଷ୍ଟେସନ୍‌ ଦେଇ ଚାଲିବ। ଏହାଛଡ଼ା ୮ ତାରିଖ ଶନିବାର ଦିନ ୨୨୮୦୫ ଭୁବନେଶ୍ବର-ଆନନ୍ଦ ବିହାର ସୁପର୍‌ଫାଷ୍ଟ ଟ୍ରେନ୍‌ଟି ଭୁବନେଶ୍ବରରୁ ଦିନ ୧୨ଟା ୩୦ ପରିବର୍ତ୍ତେ ଦିନ ୩ଟାରେ ଛାଡ଼ିବ ବୋଲି ପୂର୍ବତଟ ରେଳବାଇ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର