ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ

ଶିଳ୍ପାୟନର ବିକାଶ ନିମନ୍ତେ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ବର: ଶିଳ୍ପାୟନର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆଜି ଖାରବେଳ ଭବନଠାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ଉଦ୍ୟୋଗ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସୃଷ୍ଟି ଏବଂ ଯୁବବର୍ଗଙ୍କ ପାଇଁ କର୍ମନିଯୁକ୍ତି ଉପରେ ଓଡ଼ିଶା ସରକାର ପ୍ରାଧାନ୍ୟ ଦେଉଛନ୍ତିା ଏ ଦିଗରେ ଶିଳ୍ପାୟନ ହିଁ ସର୍ବଶ୍ରେଷ୍ଠ ମାର୍ଗା ଶିଳ୍ପ ତଥା ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ନିମନ୍ତେ ଭିତ୍ତିଭୂମିକୁ ସୁଦୃଢ଼ କରାଗଲେ ପୁଞ୍ଜିନିବେଶକମାନେ ଓଡ଼ିଶାକୁ ଆକର୍ଷିତ ହେବୋ ଜମି ଅଧିଗ୍ରହଣ ନିମନ୍ତେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ ପ୍ରାଥମିକତା ଦିଆଯାଇ ଯୋଜନା ପ୍ରସ୍ତୁତି ସଂପର୍କରେ ଏହି ବୈଠକରେ ଆଲୋଚନା ହୋଇଥିଲାା

ଶିଳ୍ପ ବିଭାଗ, ଇଡ୍‌କୋ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏକ ଟାସ୍କଫୋର୍ସ ଗଠନ କରାଯାଇ ଏ କ୍ଷେତ୍ରରେ ଥିବା ସମସ୍ୟାଗୁଡ଼ିକର ସମାଧାନ ନିମେନ୍ତ ଯୋଜନା ପ୍ରସ୍ତୁତ କରାଯିବା ମେଗା ଶିଳ୍ପାୟନ ବିକାଶ ପାଇଁ ଖୋର୍ଦ୍ଧାଠାରେ ପ୍ରାୟ ୫ ହଜାର ଏକର ଜମି ଚିହ୍ନଟ କରାଯାଇଛିା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କ୍ଷେତ୍ର ଅଧିକାରୀମାନଙ୍କର ଶିଳ୍ପାୟନ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ନିମନ୍ତେ ଶିଳ୍ପ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବା ଏସବୁ କାର୍ଯ୍ୟର ଅଗ୍ରଗତିର ତଦାରଖ ପାଇଁ ସଂପୃକ୍ତ ଜିଲ୍ଲାପାଳମାନଙ୍କ ତତ୍ତ୍ୱାବଧାନରେ ଅଂଶୀଦାରମାନଙ୍କ ସହଯୋଗରେ ପ୍ରତି ୧୫ ଦିନରେ ବୈଠକ ଅନୁଷ୍ଠିତ କରିବା ନିମନ୍ତେ ବୈଠକରେ ନିଷ୍ପତ୍ତି ନିଆଯାଇଛିା

ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦର ସିଂ ପୁନିଆ, କଟକ ଓ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ତଥା ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲୋ

ସମ୍ବନ୍ଧିତ ଖବର