ସାଲିଆ ସାହିର ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଫେରାର ଥିବା କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ସମେତ ୫ ଗିରଫ

ଭୁବନେଶ୍ବର: ଆଜି ରାଜଧାନୀରୁ ୫ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଜଣାଯାଇଛି। ବରୁଣେଇ ନିକଟରୁ ଏମାନଙ୍କୁ ନୟାପଲ୍ଲୀ ଥାନା ପୁଲିସ ଗିରଫ କରିଥିବାର ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ୨୦୧୯ରେ ସାଲିଆ ସାହିର ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଫେରାର ଥିବା କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣା ସମେତ ୫ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନଙ୍କ ନିକଟରୁ ଟଏ ଗନ୍, ଓ ବାଇକ୍‌ ନୟାପଲ୍ଲୀ ପୁଲିସ୍ ଜବତ କରିଛି। ଅଭିଯୁକ୍ତମାନେ ହେଲେ ଶୋଭରାଜ ମହାରଣା, ଅଚ୍ୟୁତାନନ୍ଦ ଦାସ, ଗଣେଶ ବେହେରା, ସୌମ୍ୟରଞ୍ଜନ ମହାପାତ୍ର ଓ ବଳରାମ ବାରିକ। ଏମାନେ ସମସ୍ତେ ରାଜଧାନୀର ସାଲିଆ ସାହିର।
ଏମାନେ ରାଜଧାନୀରେ ଲୁଟ ଉଦ୍ୟମ କରୁଥିବା ବେଳେ ନୟାପଲ୍ଲୀ ପୁଲିସ ହାତରେ ଧରାପଡ଼ିଥିବା ଜଣାଯାଇଛି। ଘଟଣାସ୍ଥଳରୁ ଶୋଭରାଜଠାରୁ ଏକ ଟଏ ଗନ୍ ଜବତ କରାଯାଇଛି। ଶୋଭରାଜ ନାଁରେ ଲୁଟ, ଗୁଳିମାଡ, ହତ୍ୟା ଓ ବୋମାମାଡ ଆଦି ମାମଲା ରହିଛି। ଗତ ବର୍ଷ ରିଙ୍କୁ ସ୍ବାଇଁଙ୍କୁ ହତ୍ୟା କରି ଅଭିଯୁକ୍ତ ଶୋଭରାଜ ଫେରାର ଥିଲା ବୋଲି ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ସାଲିଆ ସାହିରେ ଥିବା ସୁନାମି କ୍ଲବର ସଦସ୍ୟଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଗତ ବର୍ଷ ଜୁନ ୨ ତାରିଖରେ ଏମାନେ ରିଙ୍କୁ ସ୍ବାଇଁ ନାମକ ଜଣେ ଯୁବକଙ୍କ ଉପରକୁ ବୋମାମାଡ଼ କରିଥିଲେ। ଗୁରୁତର ରିଙ୍କୁର କଟକ ବଡ଼ ମେଡିକାଲ‌ରେ ମୃତ୍ୟୁ ହୋଇଯାଇଥିଲା। ପୁଲିସ ଏହି ଘଟଣାରେ ସନ୍ତୋଷ ରେଡ୍ଡୀ ଓ ବିକ୍ରମ ରେଡ୍ଡୀକୁ ଗିରଫ କରିଥିବା ବେଳେ ଶୋଭରାଜ ମହାରଣା, ଅଚ୍ୟୁତାନନ୍ଦ ଦାସ, ଗଣେଶ ବେହେରା, ସୌମ୍ୟରଞ୍ଜନ ମହାପାତ୍ର ଓ ବଳରାମ ବାରିକ ଫେରାର୍‌ ଥିଲେ।

ସମ୍ବନ୍ଧିତ ଖବର

Comments are closed.