ଔପଦା: ଔପଦା ଥାନା ରାଏରାମଚନ୍ଦ୍ରପୁର ଅଞ୍ଚଳରେ ଜନୈକ ନାବାଳିକାଙ୍କ ସହ ପ୍ରେମ ସମ୍ପର୍କ ନେଇ ମାରପିଟ୍ ହୋଇଛି। ଘଟଣାରେ ୫ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରାଯାଇଛି। ନାବାଳିକାଙ୍କ ସହିତ ସେହି ଗ୍ରାମର ଜଣେ ଯୁବକଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଘଟଣାକୁ ନାବାଳିକାଙ୍କ ପରିବାର ଲୋକେ ବିରୋଧ କରି ଆସୁଥିଲେ ।
ଗତ ୧୫ତାରିଖରେ ଘଟଣା ନେଇ ଉଭୟ ପରିବାର ମଧ୍ୟରେ ମାରପିଟ ହୋଇଥିବା ବେଳେ ଉଭୟ ପକ୍ଷରୁ ଔପଦା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ଯୁବକଙ୍କ ବଡ଼ ଭାଇଙ୍କ ଏତଲା ପ୍ରକାରେ ନଂ.୯୧/୨୧ରେ ଏକ ମାମଲା ରୁଜୁ କରି ପୁଲିସ ନାବାଳିକାଙ୍କ ବାପା ମା' ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ନାବାଳିକାଙ୍କ ମା'ଙ୍କ ଅଭିଯୋଗକ୍ରମେ ନଂ.୯୨/୨୧ରେ ଅନ୍ୟ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଯୁବକଙ୍କୁ ପୁଲିସ ଆଜି ଗିରଫ କରି କୋର୍ଟଚାଲାଣ କରିଥିବା ଆଇଆଇସି ବିଶ୍ୱଜ କୁମାର ରାଉତରାୟ ସୂଚନା ଦେଇଛନ୍ତି ।