ନିରତାର‌୍‌ ନିର୍ଦ୍ଦେଶକଙ୍କୁ ହତ୍ୟା ଉଦ୍ୟମ ଘଟଣା: ୨ କର୍ମଚାରୀ ସମେତ ୫ ଗିରଫ

କଟକ/କଣ୍ଟାପଡ଼ା : ବେଆଇନ ଉପାୟରେ ନିଯୁକ୍ତି ଦେବା ଉଦ୍ୟମରେ ବାଧକ ହେବାରୁ ନିର‌୍‌ତାର ନିର୍ଦ୍ଦେଶକ ଡକ୍ଟର ଶକ୍ତି ପ୍ରସାଦ ଦାସଙ୍କୁ ହତ୍ୟା ଉଦ୍ୟମ ପାଇଁ କରାଯାଇଥିଲା ସା˚ଘାତିକ ଷଡ଼ଯନ୍ତ୍ର। ଏଥିପାଇଁ ନିରତାର‌୍‌ରେ କାର୍ଯ୍ୟରତ ଜଣେ ପୁରୁଣା େଵଟର‌୍‌ ଲକ୍ଷ୍ମୀଧର ମଲ୍ଲିକ ୪ ଦୁର୍ବୃତ୍ତଙ୍କୁ ୩୫ ହଜାର ଟଙ୍କାର ସୁପାରି ଦେଇଥିଲା। ଷଡ଼ଯନ୍ତ୍ର ଘଟଣା ଆଜି ପର୍ଦ୍ଦାଫାସ ହେବା ପରେ ଓଲଟପୁର ଥାନା ପୁଲିସ ଘଟଣାରେ ସମ୍ପୃକ୍ତ ମାଷ୍ଟରମାଇଣ୍ତ ଲକ୍ଷ୍ମୀଧର ସମେତ ୫ ଜଣଙ୍କୁ ଗିରଫ କରିଛି।

ମୁଖ୍ୟ ଅଭିଯୁକ୍ତ ଖୋର୍ଧା ଜିଲ୍ଲା ବୋଲଗଡ଼ ଥାନା କଳାଙ୍ଗର ଲକ୍ଷ୍ମୀଧର ମଲ୍ଲିକ(୫୬), ଲକ୍ଷ୍ମୀଧର ତା ପାଖରେ ଠିକା ଭିତ୍ତିରେ େଵଟର‌୍‌ ଭାବେ ରଖାଇଥିବା କଟକ ସଦର ଥାନା ଗବିଲୋର ଆକାଶ ଓରଫ ବ୍ରହ୍ମାନନ୍ଦ ଭୋଇ, କଟକ ସଦର ଥାନା ବ୍ରାହ୍ମଣ ଝରିଲୋର ଯୁଗା ଓରଫ ବସିର ଖାଁ(୩୨), ଲାଲବାଗ ଥାନା ଚାନ୍ଦିନୀଚୌକ ବ୍ରାହ୍ମଣ ସାହିର ସୟଦ ସଦ୍ଦାମ(୨୮) ଏବ˚ ଚୌଦ୍ବାର ଥାନା ନଖରାର ସୁଶାନ୍ତ ମଲ୍ଲିକ(୩୫)। ପୁଲିସ ଲକ୍ଷ୍ମୀଧର ନିକଟରୁ ଏକ ପ୍ଲାଷ୍ଟିକ ବନ୍ଧୁକ ଜବତ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ, ନଗଦ ୫ ହଜାର ଟଙ୍କା, ଦେଶୀ ବନ୍ଧୁକ ଏବ˚ ୫ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ୫ ଅଭିଯୁକ୍ତଙ୍କୁ ଅପରାହ୍ନରେ କଟକ ସଦର ଜେଏମ୍‌ଏଫ୍‌ସି (ରୁରାଲ) କୋର୍ଟ ଚାଲାଣ କରାଯାଇଥିବା ବେଳେ କଟକ ସହରର ଅନ୍ୟ ଜଣେ ଦୁର୍ବୃତ୍ତ ଆୟୁବ ଖାଁ ଫେରାର ଥିବା ସୂଚନା ମିଳିଛି। ନିର‌୍‌ତାର ନିର୍ଦ୍ଦେଶକ ଡକ୍ଟର ଶକ୍ତି ପ୍ରସାଦ ଦାସ କହିଛନ୍ତି ଯେ ପୁଲିସ ଉପରେ ତାଙ୍କର ପୂର୍ଣ୍ଣ ଭରସା ରହିଛି। ଏଭଳି ଘଟଣା କିନ୍ତୁ ଅନୁଷ୍ଠାନର ଉନ୍ନୟନମୂଳକ କାର୍ଯ୍ୟ କରିବା କ୍ଷେତ୍ରରେ ତାଙ୍କୁ ପ୍ରତିବନ୍ଧକ ସୃଷ୍ଟି କରି ପାରିବ ନାହିଁ।

ସମ୍ବନ୍ଧିତ ଖବର