ସିଂପୁର ଗୋଷ୍ଠୀ ସଂଘର୍ଷ ଘଟଣା: ୫ କୋର୍ଟଚାଲାଣ

ବାଂଶପାଳ : ବାଂଶପାଳ ବ୍ଲକ ନୟାକୋଟ ଥାନା ସିଂପୁର ଗ୍ରାମରେ ଗତକାଲି ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଆଜି ନୟାକୋଟ ପୁଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗୋଷ୍ଠୀ ସଂଘର୍ଷରେ ବାପପୁଅ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଘଟଣାରେ ସମ୍ପୃକ୍ତ ୫ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

ସେମାନେ ହେଲେ ସିଂପୁର ଗ୍ରାମର ହରିହର ଘଣା, ଟିକେଶ୍ୱର ଘଣା, ଚର୍ତୁଭୁଜ ଘଣା, ମାଘୁ ଘଣା, ଜଗା ଘଣା। ନନ୍ଦିନୀ ଘଣା, ଦୁଃଖୀ ଘଣା, ରାଜୁ ମହାକୁଡ଼, ବିଜୁ ମହାକୁଡ଼, ସଚିନ ବାରିକ, ନରୋତ୍ତମ ବାରିକ, ଦଶରଥ ବାରିକ ଫେରାର ଅଛନ୍ତି। ପୁଲିସ ଏମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି। ଏପଟେ ପୁଲିସ ଗାଡି ଭଙ୍ଗାରୁଜା କରିଥିବା ଲୋକଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ପୁଲିସ କହିଛି। ନୟାକୋଟ ପୁଲିସ କେସ ନ ୧୩/୨୧ ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ବୋଲି ନୟାକୋଟ ଆଇଆଇସି ବିଦେଶୀ ବାଗ କହିଛନ୍ତି।

ସମ୍ବନ୍ଧିତ ଖବର