ଠିକା ସଂସ୍ଥା କର୍ମଚାରୀଙ୍କୁ ବଟି ମାଗି ୫ ଗିରଫ

ରେଢ଼ାଖୋଲ: ରେଢ଼ଖୋଲରେ ଜନୈକ ଠିକା ସଂସ୍ଥାର କର୍ମଚାରୀଙ୍କୁ ବଳପୂର୍ବକ ଅର୍ଥ ମାଗିବା ଓ ଆକ୍ରମଣ କରିବା ଅଭିଯୋଗରେ ୫ ଜଣ ଯୁବକଙ୍କୁ ପୁଲିସ୍‌ ଗିରଫ କରିଛି। ଅଭିଯୁକ୍ତ ମାନେ ହେଲେ ରେଢ଼ାଖୋଲ ଏନ୍‌ଏସି ନୂଆସାହିର ଧିରେନ ଗଡ଼ତିଆ (୨୧) ଓ ରବୀନ୍ଦ୍ର ମୁଖୀ (୨୦), ଆମ୍ବେଦକର ନଗରର ସଂଜୟ ବେହେରା (୨୦), ପଦ୍ମନ ନାଏକ (୨୩)  ଓ ବିଶ୍ବଜିତ ବେହେରା (୨୨)।

ପ୍ରକାଶ ଥାଉ କି ସ୍ଥାନୀୟ ରାଜସ୍ବ ଡାକବଙ୍ଗଳା ନିକଟରେ ଇନ୍‌ଡୋର ଷ୍ଟଡିୟମ ନିର୍ମାଣ ଚାଳିଛି। ତେବେ କାମ ଚାଲିଥିବା ବେଳେ ଉପରୋକ୍ତ ୫ ଜଣ ଯୁବକ ସେଠାରେ ପହଞ୍ଚି ଠିକା ସଂସ୍ଥାର କର୍ମଚାରୀ ସଂଜୟ ପରିଡ଼ା ଓ ବିଶରଞ୍ଜନ କାଣ୍ଡିଙ୍କୁ ଜେର୍‌ଜବରଦସ୍ତି ଟଙ୍କା ମାଗିଥିଲେ। ମାତ୍ର ସେମାନେ ଟଙ୍କା ନ ଦେବାରୁ ଯୁବକମାନେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏ ନେଇ ଠିକା ସଂସ୍ଥା ମାଲିକ କୃଷ୍ଣ ଚନ୍ଦ୍ର ସାହୁ ରେଢ଼ାଖୋଲ ଥାନାରେ ଏତଲା ଦେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିବା ଥାନାଧିକାରୀ ସୁରୁବାବୁ ଛତ୍ରିଆ କହିଛନ୍ତି।

ସମ୍ବନ୍ଧିତ ଖବର