ପୁରୀ : ପୁରୀ ହିଂସାକାଣ୍ଡ ଘଟଣାରେ ସିଂହଦ୍ବାର ଥାନା ଓ ଟାଉନ୍ ଥାନା ପୁଲିସ ଆଉ ୫ ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ମିଶାଇ ପୁରୀ ହିଂସାକାଣ୍ଡ ଘଟଣାରେ ପୁଲିସ ଆଜି ସୁଦ୍ଧା ୧୦୭ ଜଣଙ୍କୁ ଗିରଫ କରିସାରିଲାଣି। ମିଳିଥିବା ସୂଚନା ମୁତାବକ, ସିଂହଦ୍ବାର ସମ୍ମୁଖରେ ଭଙ୍ଗାରୁଜା ଓ ପୋଡ଼ାଜଳା ଘଟଣାରେ ସିଂହଦ୍ବାର ଥାନା ପୁଲିସ ମଣିକର୍ଣ୍ଣିକା ସାହିର ବାସୁଦେବ ଓରଫ ପଦ୍ମନାଭ ଖୁଣ୍ଟିଆ (୩୦)ଙ୍କୁ ଗିରଫ କରିଥିବା ବେଳେ ଟାଉନ୍ ଥାନା ପୁଲିସ ଭଙ୍ଗାରୁଜା ଘଟଣାରେ ମାଟିମଣ୍ଡପ ସାହିର ଗୁଡ଼ୁ ଓରଫ ସଂଜୟ କୁମାର ସାହୁ (୧୯), ବାସେଳି ସାହିର କାହ୍ନା ଓରଫ ସନ୍ତୋଷ ପାତ୍ର (୧୯), ମାଟିମଣ୍ଡପ ସାହି ଭୋଗଜାଗାର ଜଗା ଓରଫ ଅଜୟ କୁମାର ସାହୁ (୨୦) ଓ କଚେରି ରୋଡ୍ ପିଡବ୍ଲୁଡି ଲେନ୍ରେ ରହୁଥିବା ଚନ୍ଦନପୁର ଥାନା ବୀରନରସିଂହପୁରର କାଳୁଚରଣ ଦାଶଙ୍କୁ ଆଜି ଗିରଫ କରିଛି।
ପୁରୀ ହିଂସାକାଣ୍ଡ: ଆଉ ୫ ଗିରଫ
/sambad/media/post_attachments/wp-content/uploads/2018/10/puri-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)