ପୁଣି ବିଦେଶରୁ ବାଲେଶ୍ବରକୁ ଫେରିଲେ ୫ ଜଣ, ସ୍ବାସ୍ଥ୍ୟ ପରୀକ୍ଷା ପରେ ସଙ୍ଗରୋଧରେ ରହିବାକୁ ନିର୍ଦେଶ

ବାଲେଶ୍ବର: ଜିଲ୍ଲାକୁ ପୁଣି ବିଦେଶରୁ ଫେରିଥିବା ୫ ଜଣ ବ୍ୟକ୍ତିଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଛାଡ଼ି ଦିଆଯିବା ସହ ସମସ୍ତଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦେଇଛି ସ୍ବାସ୍ଥ୍ୟ ବିଭାଗ।

ସଙ୍ଗରୋଧରେ ରହିଥିବା ଉକ୍ତ ୫ ଜଣଙ୍କ ମଧ୍ୟରେ କେବଳ ରେମୁଣା ବ୍ଲକରୁ ୩ ଜଣ ଥିବାବେଳେ ଖଇରାରୁ ଓ ବାଲେଶ୍ବର ପୌରପାଳିକାରୁ ଜଣେ ଅଛନ୍ତି। ସଙ୍ଗରୋଧରେ ରହିବା ବେଳେ ସେମାନେ ଘରେ କାହାରି ସହ ମିଳାମିଶା ନ କରିବାକୁ କୁହାଯାଇଛି। ତେବେ ସମ୍ପୃକ୍ତ ୫ ଜଣଯାକ କେଉଁ କେଉଁ ଦେଶରୁ ଫେରିଛନ୍ତି ସେ ସମ୍ପର୍କରେ କୌଣସି ସୂଚନା ଦିଆଯାଇନାହିଁ। ସେହିପରି ବିଭିନ୍ନ ରାଜ୍ୟରୁ ଫେରି ସ୍ବାସ୍ଥ୍ୟ ପରୀକ୍ଷା ପରେ ୧୦୨ ଜଣ ସେମାନଙ୍କ ନିଜ ଘରେ ସଙ୍ଗରୋଧରେ ରହିଛନ୍ତି। ୫୦ ଜଣ ସୁସ୍ଥ ହୋଇସାରିଛନ୍ତି। ଅନ୍ୟପକ୍ଷ‌ରେ ବିଭିନ୍ନ ରାଜ୍ୟରେ ରହିଥିବା ଜିଲ୍ଲାର ୯୮୨ ଜଣ ଦାଦନ ଶ୍ରମିକ ଓ ବ୍ୟକ୍ତିବିଶେଷ ଘରମୁହାଁ ହୋଇଛନ୍ତି। ବାଲେଶ୍ବର ରେଳ ଷ୍ଟେସନରେ ସେମାନଙ୍କର ସ୍କ୍ରିନିଂ କରାଯାଇ ଘରକୁ ଛଡ଼ାଯାଉଥିବା ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡା. ବାନାର୍ଜୀ ପ୍ରସାଦ ଛୋଟରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର