ଧରାପଡ଼ିଲା ସେକ୍ସ ରାକେଟ୍, ଭୁବନେଶ୍ୱରରୁ ୬ ବାଂଲାଦେଶୀ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରୁ ଉଦ୍ଧାର ହେଲେ ବାଂଲାଦେଶୀ ଯୁବତୀ । ଶ୍ରୀଲିଙ୍ଗରାଜ ଥାନା ଅଂଚଳରେ ୮ ଜଣ ବାଂଲାଦେଶୀ ଯୁବତୀ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା କମିସନରେଟ ପୁଲିସ । ଏହାପରେ କମିସରେଟ ପୁଲିସର ଏସଟିଏଫ ଟିମ୍ ପୁରୁଣା ଭୁବନେଶ୍ବର  ଅଞ୍ଚଳରେ ଚଢାଉ କରି ୬ ଜଣ ବାଂଲାଦେଶୀ ଯୁବତୀଙ୍କୁ ଉଦ୍ଧାର କରିଛି । କିଛି ଗ୍ରାହକଙ୍କୁ ମଧ୍ୟ ପୁଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଏଥିସହ ଦେହବେପାରର ମାଷ୍ଟର ମାଇଣ୍ଡ କୁହାଯାଉଥିବା ଇବ୍ରାହିମ୍ ଓ ଅଂଜଳିକୁ କମିସନରେଟ ପୁଲିସ ଗିରଫ କରିଛି ।  ଏକ ଘରେ କୋଚିଂ ସେଣ୍ଟରର ବୋର୍ଡ ମରା ଯାଇଥିବା ବେଳେ ସେଠାରେ ବାଂଲାଦେଶୀ ଝିଅମାନେ ରହୁଥିବା ଜଣାପଡ଼ିଛି। ଘରମାଲିକଙ୍କୁ କୁହାଯାଇଥିଲା କି ସିଲେଇ ଶିଖୁଥିବା ଓ ନର୍ସିଂ ପଢ଼ୁଥିବା ଦୁଇ ଜଣ ଝିଅ ଏଠାରେ ରହି‌‌ବେ। ତେବେ ଝିଅମାନେ ବାଂଲାଦେଶୀ ଓ କେଉଁ ପ୍ରକାର କ‌ାର୍ଯ୍ୟରେ ଲିପ୍ତ ତାହା ଘରମାଲିକଙ୍କୁ ଜଣାନାହିଁ। ସେହିପରି ସ୍ଥାନୀୟ ଲୋକ ମଧ୍ୟ ତାଙ୍କ ପଡ଼ିଶା ଘରେ ସେକ୍ସ ରାକେଟ୍ ଚାଲୁଥିବା ଜାଣିପାରି ନଥିଲେ।

ତେବେ ବାଂଲାଦେଶରୁ ଏହି ଯୁବତୀମାନଙ୍କୁ ଭୁବନେଶ୍ୱର ଆଣିଲା କିଏ? କେଉଁ ରାସ୍ତା ଦେଇ ସେମାନେ ଓଡ଼ିଶା ଆସିଲେ ? ଯୁବତୀଙ୍କୁ ଉଦ୍ଧାର ପରେ କିଛି ଏଭଳି ପ୍ରଶ୍ନ ଏବେ ଉଠିଛି |ତେବେ ‘ଦିଦି’ କୁହାଯାଉଥିବା ଜଣେ ମହିଳା ଏହି ରାକେଟ୍ ପରିଚାଳନାରେ ସଂପୃକ୍ତ ବୋଲି ପୁଲିସ ଜାଣିବାକୁ ପାଇଛି।

ଏହି ଘଟଣା ପଛରେ ନିଶ୍ଚିତ ଏକ ବଡ ଧରଣର ରାକେଟ କାମ କରୁଥିବାର ସନ୍ଦେହ କରାଯାଉଛି । ଅଟକ ରଖିଥିବା ବାଂଲଦେଶୀ ଯୁବତୀଙ୍କୁ ପଚରାଉଚରା କରି ଦେହ ବେପାରର ମୂଳ ଯାଏଁ ପହଞ୍ଚିବାକୁ  କମିସନରେଟ ପୁଲିସ ଉଦ୍ୟମ କରୁଛି । ତେବେ କୁହାଯାଉଛି ନକଲି ଆଧାରକାର୍ଡ ବଳରେ ଇବ୍ରାହିମ୍ ଓ ଅଂଜଳି ବାଂଲାଦେଶରୁ ଯୁବତୀଙ୍କୁ ଆଣୁଥିଲେ |

ସମ୍ବନ୍ଧିତ ଖବର