ସମ୍ବଲପୁର: ଦାନିପାଲିର ଜଗତ ରୋହିଦାସଙ୍କ ଅଇଁଠାପାଲି ଛକ ସ୍ଥିତ ବାଇକ୍ ଗ୍ୟାରେଜ୍ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଗୋଦାମ ଘର କାନ୍ଥ ଭାଙ୍ଗି କିଛି ଦୁର୍ବୃତ୍ତ ୫ଟି ବାଇକ୍ ଇଞ୍ଜିନ୍ ସହ ବିଭିନ୍ନ ସାମଗ୍ରୀ ଚୋରି କରି ନେଇଛନ୍ତି। ମଙ୍ଗଳବାର ଦିନ ଦୋକାନ ଖୋଲିବା ବେଳେ ସେ ଏହା ଜାଣିଥିଲେ।
ଏ ନେଇ ସେ ଅଇଁଠାପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/25-15.jpg)