ବିଧାନସଭାରେ ୫ଟି ବିଲ୍ ପାରିତ
ଭୁବନେଶ୍ୱର: ବିଧାନସଭାରେ ଆଜି ୫ଟି ବିଲ୍ ପାରିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ସମେତ ମୋଟ୍ ୫ଟି ବିଲ ପାରିତ ହୋଇଛି। ଓଡ଼ିଶା ଅଧିବକ୍ତା କଲ୍ୟାଣ ପାଣ୍ଠି ସଂଶୋଧନ ବିଲ୍, ଓଡ଼ିଶା ଦ୍ରବ୍ୟ ଓ ସେବାକର ସଂଶୋଧନ ବିଲ, ପୌର ବିଧି ସଂଶୋଧନ ବିଲ ଓ ଶିଳ୍ପ ବିବାଦ ଓଡ଼ିଶା ସଂଶୋଧନ ବିଲ ପାରିତ ହୋଇଛି। ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ବିଧାନସଭାରେ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆବଶ୍ୟକ ଅନୁସାରେ ବିଭିନ୍ନ ସଂସ୍କାରର ଲକ୍ଷ୍ୟ ପୂରଣ ଏବଂ ବ୍ୟବସ୍ଥାର ସରଳୀକରଣ କରିବା ପାଇଁ ସମୟ ସମୟରେ ଓଡ଼ିଶା ପୌର ଅଧିନିୟମ, ୧୯୫୦ ଏବଂ ଓଡ଼ିଶା ପୌର ନିଗମ ଅଧିନିୟମ, ୨୦୦୩ ସଂଶୋଧିତ ହୋଇ ଆସିଅଛି। ପୌରାଂଚଳ ଗୁଡ଼ିକୁ ନାଗରିକମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବା ଦିଗରେ ପ୍ରଭାବଶାଳୀ ଅନୁଷ୍ଠାନ ଭାବରେ କାର୍ଯ୍ୟ କରିବାକୁ ସକ୍ଷମ କରାଯାଉଅଛି। ଏହି ସଂଶୋଧନ ମାଧ୍ୟମରେ ମୁଖ୍ୟତଃ ତିନୋଟି ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ସାଧନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଅଛି। ଏଗୁଡ଼ିକ ହେଲା ବସ୍ତି ବାସିନ୍ଦାଙ୍କ ଜୀବନଧାରଣ ମାନ ବୃଦ୍ଧି କରିବା ପାଇଁ ବସ୍ତି ଗୁଡ଼ିକରେ ମୌଳିକ ସେବା ଗୁଡ଼ିକର ବିକାଶ କରିବା ନିମନ୍ତେ ପୌରାଂଚଳର ସମୁଦାୟ ପୁଞ୍ଜି ବ୍ୟୟର ଏକ ନିର୍ଦ୍ଧିଷ୍ଟ ଅଂଶ ଆବଣ୍ଟନର ବ୍ୟବସ୍ଥା, ରାଜ୍ୟରେ ବିଭିନ୍ନ ପ୍ରକାରର ବାଣିଜ୍ୟ ପାଇଁ ପ୍ରଚଳିତ ଥିବା ଲାଇସେନ୍ସ ପ୍ରଦାନ ପ୍ରକ୍ରିୟାକୁ ସହଜ କରି ରାଜ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟକୁ ଉତ୍ସାହିତ କରିବା ଏବଂ ପୌର ଅଧିନିୟମରେ ଥିବା କେତେକ ପୁରାତନ ବ୍ୟବସ୍ଥା ଯାହା ଆଧୁନିକ ସମୟରେ ଅନାବଶ୍ୟକ ହୋଇପଡ଼ିଛି ତାହାର ବିଲୋପ କରିବା।