ଓଡ଼ିଶାରେ କରୋନା ସଂକ୍ରମଣ ରୋକିବାକୁ ଆସୁଛନ୍ତି ପାଞ୍ଚଟି କେନ୍ଦ୍ରୀୟ ଟିମ

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଅଧିକ ପ୍ରଭାବିତ ଅଞ୍ଚଳରେ କେନ୍ଦ୍ରୀୟ ଦଳ ନିୟୋଜିତ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ବର୍ତ୍ତମାନ ୫୦ ଟି ଦଳକୁ ଆଠଟି ରାଜ୍ୟକୁ ପଠାଯାଉଛି। ଏହି ଟିମରେ ଜଣେ ବରିଷ୍ଠ ଯୁଗ୍ମ ସଚିବ ସ୍ତରର ଅଧିକାରୀଙ୍କ ନେତୃତ୍ୱରେ ସମୁଦାୟ ତିନିଜଣ ସଦସ୍ୟ ରହିବେ, ଯେଉଁମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ କରୋନା ସଂକ୍ରମଣର ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଅଞ୍ଚଳରେ ଅନେକ ସମସ୍ୟା ଦେଖାଦେଇଛି।

କେତେକ ସ୍ଥାନରେ ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନ ବୁଝିପାରୁନାହାନ୍ତି ଯେ ଟେଷ୍ଟିଙ୍ଗ କ୍ଷମତାକୁ କିଭଳି ବଢ଼ାଇହେବ | ସେଥିପାଇଁ ଏହି କେନ୍ଦ୍ରୀୟ ଟିମ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବ | ସେଥିପାଇଁ ଏକ ତିନି ଜଣିଆ ଦଳରେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଡାକ୍ତର କିମ୍ବା ବୈଜ୍ଞାନିକ ଏବଂ ଜଣେ ମହାମାରୀ ବିଶେଷଜ୍ଞ ଅଛନ୍ତି।


ତାଙ୍କ କହିବାନୁସାରେ, ମହାରାଷ୍ଟ୍ରରେ ୭ଟି, ତେଲେଙ୍ଗାନାରେ ଚାରିଟି, ତାମିଲନାଡୁରେ ସାତଟି, ରାଜସ୍ଥାନରେ ୬ଟି, ଆସାମରେ ୪ଟି, ହରିୟାଣାରେ ୪ଟି, ଗୁଜୁରାଟରେ ଚାରିଟି , କର୍ଣ୍ଣାଟକରେ ଚାରିଟି, ଉତ୍ତରପ୍ରଦେଶରେ ପାଞ୍ଚଟି, ମଧ୍ୟପ୍ରଦେଶରେ ପାଞ୍ଚଟି, ପଶ୍ଚିମବଙ୍ଗରେ ତିନିଟି , ବିହାରରେ ଚାରିଟି , ଉତ୍ତରପ୍ରଦେଶରେ ଚାରିଟି ଏବଂ ଓଡିଶାକୁ ୫ଟି ଟିମକୁ ପଠାଯାଇଛି। ଏହି ଦଳଗୁଡିକ ସହିତ ନିରନ୍ତର ସମନ୍ୱୟରେ କାର୍ଯ୍ୟ କରିବାକୁ ସ୍ଥାନୀୟ ପ୍ରଶାସନକୁ କୁହାଯାଇଛି।

ସମ୍ବନ୍ଧିତ ଖବର