ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅଂଚଳରୁ ଗତକାଲି ୫ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘସିପୁରାରେ ଥିବା ଏକ ମିଠା ଦୋକାନରେ ପୋଲିସ ଚଢ଼ାଉ କରି ଶିଶୁମାନଙ୍କୁ ଉଦ୍ଧାର କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଘସିପୁରା ଥାନାର ଅନତି ଦୂରରେ ଥିବା ବାବାଜି ସାହୁ ମିଠା ଦୋକାନରେ କାମ କରୁଥିଲେ ଏହି ଶିଶୁମାନେ । ସେମାନେ ଦୋକାନରେ କାମ କରୁଥିବା ବେଳେ ସେମାନଙ୍କ ଭିତରେ କୌଣସି କାରଣରୁ ବିବାଦ ଉପୁଜିଥିଲା। ସେମାନଙ୍କ ଭିତରୁ ଜଣେ ଶିଶୁ ଶ୍ରମିକ ଥାନାରେ ଯାଇ ଖବର ଦେଇଥିଲା।
ଏହାପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ସଂପୃକ୍ତ ଦୋକାନରେ ଚଢ଼ାଉ କରିଥିଲା । ଦୋକାନରୁ ୫ ଜଣ ଶିଶୁଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଉଦ୍ଧାର ଶିଶୁ କେନ୍ଦୁଝର ଜିଲ୍ଲା ବାଂଶପାଳ କଲଣ୍ଡା ଗ୍ରାମର ବୋଲି ଜଣାପଡ଼ିଛି । ସେମାନଙ୍କୁ ପୋଲିସ ଚାଇଲ୍ଡ ଲାଇନକୁ ହସ୍ତାନ୍ତର କରିଛି । ତେବେ ଏଯାଏଁ ଦୋକାନର ମାଲିକଙ୍କୁ ଗିରଫ କରାଯାଇ ନଥିବା କୁହାଯାଉଛି । ପୁଲିସ ଏହି ଘଟଣା ଅଧିକ ତଦନ୍ତ ଜାରି ରଖିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/child-labour-pti-1560334829.jpg)