ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଜଗଦଲପୁର ଥାନା ଅଧୀନସ୍ଥ ଶୁକୁଲିପାହାଡ଼ ଗ୍ରାମରେ ଅଜଣା େରାଗରେ ଜଣେ ଶିଶୁର ମୃତ୍ୟୁ ହୋଇଛି। ଏଥିରେ ଆକ୍ରାନ୍ତ ହୋଇ ୫ ରୁ ଅଧିକ ବରଗଡ଼ ଓ ବୁର୍ଲା ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଖବର ପାଇ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ଉକ୍ତ ଗ୍ରାମକୁ ଆସି ପ୍ରତ୍ୟେକ ଘରର ସମସ୍ତ ସଭ୍ୟଙ୍କ ରକ୍ତ ପରୀକ୍ଷା କରୁଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏକ ଶହ ରକ୍ତ ନମୁନାରୁ ମାତ୍ର ତିନି ଜଣ ଲୋକଙ୍କ ମ୍ୟାଲେରିଆ ପଜିଟିଭ ରହିଛି।
ଡା. ସୌମ୍ୟରଞ୍ଜନ ଦାସ, ଡା. ସୁଦୀପ୍ତ ସାହୁ, ଫାର୍ମାସିଷ୍ଟ ଅଶୋକ ବନଛୋର, ବିପିଏମ୍ ରେବତୀ ମୋହନ ଜେନା, ଏନ୍ଟିଏସ୍ ସାନସ ଦାଶ, ଏଏନ୍ଏମ୍ ଜେମାଦେଈ ବିଶ୍ବାଳ, ଆଶା ଦିଦି ମାଳତୀ ପଟେଲ ସ୍ବାସ୍ଥ୍ୟ ଓ ରକ୍ତ ପରୀକ୍ଷା କରୁଛନ୍ତି। ଡାକ୍ତର ଟିମ୍ ଭୟଭୀତ ନ ହେବାକୁ ଜନସାଧାରଣଙ୍କୁ ସଚେତନ କରୁଛନ୍ତି। ସରପଂଚ ଉପେନ୍ଦ୍ର ପଟେଲ, ଜୟଦେବ ପଟେଲ, ସୁନୀଲ ପଟେଲ ଓ ଅନ୍ୟମାନେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/21-19.jpg)