ରାଇସୁଆଁ: ତେଲକୋଇ ବ୍ଲକ୍ ବଳଭଦ୍ରପୁର ପଞ୍ଚାୟତ ପାଟଖଳି ଗ୍ରାମର ପୀତବାସ ନାୟକଙ୍କ ଗୋଟିଏ, ସରୋଜ କୁମାର ନାୟକଙ୍କ ଦୁଇଟି, ବସନ୍ତ କୁମାର ନାୟକଙ୍କ ଗୋଟିଏ ଗୋରୁ ଓ ଗୋଟିଏ ଷଣ୍ଢ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି।
ପାଟଖଳି ଜୁଆଙ୍ଗ ସାହି ନିକଟସ୍ଥ ଜମି ପାଖରେ ଉଚ୍ଚକ୍ଷମତା ସଂପନ୍ନ ୧୧ କେଭି ବିଦ୍ୟୁତ ତାର ଉପରେ ଏକ ଶୁଖିଲା ଗଛ ପଡ଼ିଯିବାରୁ ତାର ଛିଣ୍ଡି ପଡ଼ିଥିଲା। ଏ ସମ୍ପର୍କରେ ଗ୍ରାମର ଅଭିମନ୍ୟୁ ଜୁଆଙ୍ଗ ଓ ଧର୍ନୁଜୟ ମୁଣ୍ଡା ବିଦ୍ୟୁତ୍ ବିଭାଗର କର୍ମଚାରୀଙ୍କୁ ଜଣାଇ ଥିଲେ। ହେଲେ ବିଳମ୍ବରେ ଲାଇନ କାଟିବାରୁ ଏପରି ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି।
ଘଟଣାସ୍ଥଳରେ କାଳିଆହତା ଫାଣ୍ଡି ପୁଲିସ ଓ ନୂତନ ସରପଞ୍ଚ ମାଇନ ମାଝି ପହଞ୍ଚି ଥିଲେ। ବିଦ୍ୟୁତ ବିଭାଗର କର୍ମଚାରୀ ଆସି ଫଟୋ ଉଠାଇଥିଲେ। ଅଦ୍ୟାବଧି ମୃତ ଗାଈବଳଦଙ୍କୁ ବ୍ୟବଚ୍ଛେଦ କରାଯାଇ ପାରିନାହିଁ ବୋଲି ସରପଞ୍ଚ ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ବ୍ୟବଚ୍ଛେଦ କରାଇ ଗରିବ ଆଦିବାସୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/electric.jpg)