କଟକ : ରାଜ୍ୟ ସିଟି ଓ ଜିଏସ୍ଟିର ଏକ ସ୍ବତନ୍ତ୍ର ଟିମ୍ ଶୁକ୍ରବାର ଦିନ ଚଢ଼ଉ କରି ବୌଦ୍ଧ ଜିଲ୍ଲାର କିଛି କପଡ଼ା ବ୍ୟବସାୟୀଙ୍କଠାରୁ ୫ କୋଟି ୬୮ଲକ୍ଷ ଟଙ୍କା ଜବତ କରିଛନ୍ତି।
ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କିଛି କପଡ଼ା ବ୍ୟବସାୟୀ ଟ୍ୟାକ୍ସ ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବାପରେ ସିଟି ଓ ଜିଏସ୍ଟିର ଏକ ଟିମ୍ ଗୁପ୍ତ ଭାବେ ଏହାର ତଦନ୍ତ କରିଥିଲା। ଆଜି ବୌଦ୍ଧ ହସ୍ପିଟାଲ ରୋଡ୍ର ଏମ/ଏସ୍ ସିଂଘଲ ଓ ଏନ୍. ସିଂଘଲ, ପିଡବ୍ଲୁଡି ରୋଡର ବିନାୟକ ଟେକ୍ସଟାଇଲ୍ର ଗୋଦାମ ଓ ଘରେ ଚଢଉ କରାଯାଇଥିଲା। ଏଥିରେ ଜିଏସ୍ଟିର ୩ଟି ଟିମ୍ ସାମିଲ୍ ହୋଇ ଏକସମୟରେ ଚଢଉ କରିଥିଲେ। ସେମାନେ ସଂପୃକ୍ତ ବ୍ୟବସାୟୀଙ୍କ କିଣାବିକାର ହିସାବ, ଆକାଉଣ୍ଟ୍ ଓ ଷ୍ଟକ୍ ଅନୁଧ୍ୟାନ କରିଥିଲେ। କମ୍ପ୍ୟୁଟରରେ ଥିବା ଷ୍ଟକ୍ ଓ ବାସ୍ତବ ଷ୍ଟକ୍ ମଧ୍ୟରେ ଫରକ ଥିଲା। ସେମାନେ ବହୁତ୍ କମ ଟ୍ୟାକ୍ସ ଦେଉଥିବା ଜଣାପଡ଼ିଥିଲା। ଜିଏସ୍ଟି ଟିମ୍ ବିନାୟକ ଟେକ୍ସଟାଇଲ ପାଖରୁ ୫ କୋଟି ୬୮ଲକ୍ଷ ଟଙ୍କା ଜବତ କରିଥିଲେ। ଏଥିସହିତ ନିକଟ ଅତୀତରେ ଟ୍ୟାକ୍ସ ଫାଙ୍କୁଥିବା ଗୌରୀଶଙ୍କର ଷ୍ଟିଲ୍ ବରଗଡ଼ ପାଖରୁ ୪୮.୬୬ ଲକ୍ଷ ଟଙ୍କା ଓ ଓ ଏମ/ଏସ ତାରିଣୀ ବସ୍ତ୍ରାଳୟ, ଭୁବନେଶ୍ବରରୁ ୬୧ଲକ୍ଷ ଟଙ୍କା ଜରିମାନା ଆଦାୟ କରଯାଯାଇଥିବା ନେଇ ସିଟି ଓ ଜିଏସଟି ପକ୍ଷରୁ ସୂଚନା ଦିଆଯାଇଛି।