୫ ଦିନ ବର୍ଷିବ : ଗୋପାଳପୁରଠାରୁ ୫୬୫ କିମି ଦୂରରେ ଲଘୁଚାପ

ଭୁବନେଶ୍ୱର: ଆଜି ଆରମ୍ଭ ହୋଇଯାଇଛି ଲଘୁଚାପ ଜନିତ ବର୍ଷା। ବଢ଼ିଛି ପବନର ବେଗ। କେବଳ ଦକ୍ଷିଣ ଓଡ଼ିଶା ନୁହେଁ, ଉପକୂଳ ଆକାଶ ଆଜି ଦିନ ସାରା ମେଘୁଆ ରହିଛି। ପାଗ ବି ପୂରା କୋହଲା। ସମୁଦ୍ର ଅଶାନ୍ତ ହୋଇଉଠିଛି। ଏଣୁ, ସମୁଦ୍ର ଭିତରକୁ ମାଛ ଧରିବାକୁ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ମନା। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କରିଛି ସତର୍କସୂଚନା। ଉପକୂଳରେ ବହୁଥିବା ପବନର ବେଗ ବାତ୍ୟାର ଭ୍ରମ ଏବଂ ଭୟ ସଂଚାର କରୁଛି। ତଥାପି ସ୍ପଷ୍ଟଚିହ୍ନିତ ଲଘୁଚାପ ଗୋପାଳପୁରରୁ ପ୍ରାୟ ୫୬୫ କି.ମି.ଦୂରରେ ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ଦକ୍ଷିଣ ଓଡ଼ିଶାରୁ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ଊଣାଅଧିକେ ବର୍ଷିବ। କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ବି ସମ୍ଭାବନା ରହିଛି। ତେବେ ଧାନ ଫସଲ ପାଇଁ ସବୁଠାରୁ ବଡ଼ ବିପଦ ହେଉଛି ଲଗାଣ ବର୍ଷା। ଅଳ୍ପ କିଛି ସ୍ଥାନରେ ବର୍ଷା ଆରମ୍ଭ ହୋଇ ତିନିଦିନ ପର୍ଯ୍ୟନ୍ତ ଲାଗି ରହିବ। ଯେଉଁ ଚାଷୀମାନେ ପାଚିଲା ଧାନ କାଟି ନାହାନ୍ତି, ସେମାନଙ୍କ ପାଇଁ ଏହି ବର୍ଷା ବିପଦରେ ପକାଇବାର ଆଶଙ୍କା ରହିଛି।

ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି। ଲଘୁଚାପର କେନ୍ଦ୍ରସ୍ଥଳୀ ଗୋପାଳପୁରରୁ ପ୍ରାୟ ୫୬୫ କି.ମି. ଦୂରରେ। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି। ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁଙ୍କ କହିବାନୁସାରେ ଆସନ୍ତାକାଲି ରାତି ଏବଂ ପରଦିନ ସକାଳ ଭିତରେ ଏହା ଗଞ୍ଜାମ ଦେଇ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଅଧିକ। ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଘନୀଭୂତ ହେଲେ ବର୍ଷା, ପବନର ପ୍ରକୋପ ଏବଂ ପରିମାଣ ଅଧିକ ବୃଦ୍ଧି ପାଇପାରେ। ଆଜି ଦିନରେ ଘଣ୍ଟାକୁ ୩୫ କି.ମି. ବେଗରେ ପବନ ବହୁଥିଲା। ସନ୍ଧ୍ୟା ବେଳକୁ ଭୁବନେଶ୍ୱର, ଗୋପାଳପୁର ସମେତ ଦକ୍ଷିଣ ଏବଂ ଉପକୂଳର ବିଭିନ୍ନ ସ୍ଥାନରେ ହାଲ୍‌କା ବର୍ଷା ହୋଇଥିବା ସୂଚନା ମିଳିଛି। ତେବେ ଲଘୁଚାପ ଦକ୍ଷିଣ ଉପକୂଳ ଛୁଇବା ବେଳେ ପବନର ବେଗ ଘଣ୍ଟା ପ୍ରତି ୪୫ରୁ ୫୫ କି.ମି.କୁ ବୃଦ୍ଧି ପାଇବ। ଏହା ସର୍ବାଧିକ ୬୫ କି.ମି. ହେବ ବୋଲି ପୂର୍ବାନୁମାନ କରାଯାଇଛି।

୧୮ ତାରିଖ ବେଳକୁ ବର୍ଷା ପରିମାଣ କମିବ। ତେବେ ୨୦ ତାରିଖଠାରୁ ଥଣ୍ଡା ଫେରିବାର ସମ୍ଭାବନା ରହିଛି। ଲଘୁଚାପ ଜନିତ ବର୍ଷା ଯୋଗୁଁ ଥଣ୍ଡା ଘୋର ପ୍ରଭାବିତ ହୋଇଛି। ୧୮ ତାରିଖ ଯାଏଁ ଦିନର ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇ ୨୫°ରୁ ୨୭° ମଧ୍ୟରେ ରହିବ। ସର୍ବନିମ୍ନ ତାପମାତ୍ରା ୧୯°ରୁ ୨୪° ଭିତରେ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ଆଜି ଉପକୂଳବର୍ତୀ ଏବଂ ଆଖପାଖ ଅଭ୍ୟନ୍ତରର ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦° ତଳକୁ ଖସିଛି। ଗତକାଲି ଏସବୁ ସ୍ଥାନର ପାରଦ ୩୨° ପର୍ଯ୍ୟନ୍ତ ରହିଥିଲା। ଆଜି ସର୍ବନିମ୍ନ ତାପମାତ୍ରା ବି ବୃଦ୍ଧି ପାଇଛି। ସୁନ୍ଦରଗଡ଼ରେ ପାରଦ ରହିଛି ୧୫°। ଗତକାଲି ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୨° ସେଲ୍‌ସିୟସ ରେକର୍ଡ ହୋଇଥିବା ବେଳେ ଆଜି ଏହା ୧୫.୫°କୁ ବଢ଼ିଛି। ସେହିପରି ଗତକାଲି ୧୮ଟି ସ୍ଥାନରେ ପାରଦ ୨୦° ତଳେ ଥିଲା। ଆଜି ୧୪ଟି ସ୍ଥାନରେ ଏହା ସୀମିତ ରହିଛି। ଅନ୍ୟପକ୍ଷରେ ଗତକାଲି ୭ଟି ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦° ତଳକୁ ଖସିଥିଲା। ଆଜି ଏହା ୧୭ଟି ସ୍ଥାନକୁ ବୃଦ୍ଧି ପାଇଛି। ପର୍ଯ୍ୟନ୍ତ ଲାଗି ରହିବ। ଯେଉଁ ଚାଷୀମାନେ ପାଚିଲା ଧାନ କାଟି ନାହାନ୍ତି, ସେମାନଙ୍କ ପାଇଁ ଏହି ବର୍ଷା ବିପଦରେ ପକାଇବାର ଆଶଙ୍କା ରହିଛି। ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସୂଚନା ବୟାନ କରୁଛି ଯେ ଆଜି ସ୍ପଷ୍ଟଚିହ୍ନିତ ଲଘୁଚାପ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗର ଆଖପାଖ ପୂର୍ବ ଆନ୍ଧ୍ର ପ୍ରଦେଶ ଉପକୂଳ ନିକଟରେ ରହିଛି। ଲଘୁଚାପର କେନ୍ଦ୍ରସ୍ଥଳୀ ଗୋପାଳପୁରରୁ ପ୍ରାୟ ୫୬୫ କି.ମି. ଦୂରରେ। ଏହା ଉତ୍ତର ଏବଂ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି।

 

 

ସମ୍ବନ୍ଧିତ ଖବର