ଭୁବନେଶ୍ବର: ବାତ୍ୟା ‘ଦାନା’ ଓଡ଼ିଶା ଛାଡ଼ିବା ପରେ ରାତିର ପାରଦ ଖସିଛି। ଗତକାଲି ରାତିରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୧୭.୫ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ୧୮.୫ ଡିଗ୍ରି ରହିଥିଲା। ଏଥିସହ ସମସ୍ତ ସହର ରାତିର ତାପମାତ୍ରା ୨୫ ଡିଗ୍ରି ତଳକୁ ଚାଲି ଆସିଛି। ଦିନର ତାପମାତ୍ରାରେ ମଧ୍ୟ କିଛିଟା ତଫାତ୍‌ ପରିଲକ୍ଷିତ ହୋଇଛି। ମେଘୁଆ ପାଗ ଲାଗି ରହିଥିବାରୁ ଆଜି ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ୩୦ ଡିଗ୍ରି ତଳକୁ ଖସିଆସିଛି।

Advertisment

ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୮ ଡିଗ୍ରି ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।