ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ ୧୨ ଦିନ ମଧ୍ୟରେ ପାଞ୍ଚ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମଦ୍ୟପାନ ଜନିତ କାରଣରୁ ମୃତ୍ୟୁ ହୋଇଥୁବା ସାଧାରଣରେ ଆଲୋଚନା ହେଉଛି ।ଏହାପରେ ଖଣ୍ଡିଆଗୁଡା ଗ୍ରାମରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି। ଏହାପରେ ଗ୍ରାମରେ ଏକ ବୈଠକ କରି ଦିଶାରୀ ଆଣି ଗାଁ ପୂଜା ପାଇଁ ନିଷ୍ପତ୍ନିତି ଆଯାଇଛି।

Advertisment

ସୂଚନା ଅନୁଯାୟୀ ଖଣ୍ଡିଆଗୁଡା ଗ୍ରାମର ପରଜାସାହିରେ ୬୦ଟି ପରିବାର ବସବାସ କରନ୍ତି । ହେଲେ ଉକ୍ତ ସାହିର ପାଞ୍ଚ ଜଣଙ୍କ ମୃତ୍ୟୁ ଗତ ୧୨ ମଧ୍ୟରେ ହୋଇଛି। ଗତ ମାସ ୨୯ ତାରିଖ ଦିନ ଚନ୍ଦ୍ରମା ଯାନୀ(୬୬) ମୃତ୍ୟୁ ହୋଇଥିଲା ଏବଂ ଚଳିତ ମାସ ୧ ତାରିଖ ଦିନ ଗୋରୀ ଯାନୀ(୪୮)ଙ୍କ ମୃତ୍ୟୁ ହୋଇଥିଲା ।ସେହିପରି ଗତ ୫ତାରିଖ ରେ କୁସମତି ଯାନୀ (୩୦),  ୯ ତାରିଖରେ ସୋନୁ ଯାନୀ(୭୦) ଏବଂ ଆଜି ବୁଦାଇ ଯାନୀ(୬୫)ଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ମାନେ ଖଣ୍ଡିଆଗୁଡା ପରଜା ସାହିର ବୋଲି ଜଣାପଡିଛି। ୧୨ ଦିନ ମଧ୍ୟରେ ଗୋଟିଏ ସାହିର ୫ଜଣଙ୍କ ମୃତ୍ୟୁକୁ ନେଇଁ ସାହିରେ ଏକ ପ୍ରକାର ଭୟର ବାତାବରଣ ସମେତ ଶୋକର ଛାୟା ଖେଳିଯାଇଛି । ଦୁଇ ତିନି ଦିନ ବ୍ୟବଧାନ ମଧ୍ୟରେ ଏମିତି ଜଣଙ୍କ ପରେ ଜଣେ ମୃତ୍ୟୁ ବରଣ କରିବା ଘଟଣା ସାଧାରଣରେ ଚର୍ଚ୍ଚା ପାଲଟିଛି।

ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥୁବା ବେଳେ ସମସ୍ତ ମୃତକ ଡାକ୍ତରଖାନା ଯାଇନଥୁବା ଜଣାପଡିଛି। ଏହାକୁ ନେଇଁ ଗ୍ରାମରେ ଅନ୍ଧ ବିଶ୍ୱାସ ଭଳି ଭାବନା ଲୋକଙ୍କ ମନରେ ଆସୁଛି। ଗାଁରେ ଥିବା ଦେବି ଦେବତାଙ୍କ ପୂଜା ବିଧି ସଠିକ ରୂପେ ହେଉନଥୁବା ଯୋଗୁଁ ଏଭଳି ଅବସ୍ଥା ଦେଖା ଦେଇଥୁବା କୁହାଯାଉଛି। ଆଜି ଏନେଇଁ ଖଣ୍ଡିଆଗୁଡା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥୁଲା। ଗାଁ ଖରାପ ହେବା କାରଣରୁ ଏମିତି ଜଣଙ୍କ ପରେ ଜଣେ ମୃତ୍ୟୁବରଣ କରୁଥିବା ନେଇଁ ବୈଠକରେ ମତ ଉଠିଥିଲା। ଏଣୁ ଜଣେ ଭଲ ଦିଶାରୀ (ପୂଜାରୀ)ଙ୍କୁ ଆଣି ଗାଁରେ ପୂଜାବିଧି କରିବାକୁ ନିଷ୍ପତ୍ତି ହୋଇଥୁବା ଜଣାପଡିଛି।