ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ, ୧୦ ଗୁରୁତର

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଅପରାହ୍ନରେ ବଜ୍ରପାତ ଘଟିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଛି । ବଜ୍ରପାତରେ ୧୦ ଜଣ ଗୁରୁତର ହୋଇଥିବା ଜଣାଯାଇଛି । ମୃତକଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୨ ଜଣ, ବରଗଡ଼ ଜିଲ୍ଲାରୁ ୨ ଜଣ ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଅଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବଜ୍ରପାତରେ ଅନୁଗୁଳ ଜିଲ୍ଲା ନାଲକୋନଗର ସିସିପି ଟାଙ୍କି ହଟିଂ ନିକଟରେ ଛିଡ଼ା ହୋଇଥିବା ବେଳେ ୨ ଜଣ ଯୁବକଙ୍କର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ରାମଚନ୍ଦ୍ର କିସ ଏବଂ ଦଶରଥ ମୁର୍ମୁ । ଉଭୟ ପାଖ ପଡ଼ିଆକୁ ଖେଳିବାକୁ ବାହାରିଥିଲେ । ରାମଚନ୍ଦ୍ର ଇଂଜିନିୟରିଂ ଛାତ୍ର ଥିବା ବେଳେ ଦଶରଥ ଶ୍ରମିକ ଥିଲେ ।

ସେହିପରି ବରଗଡ଼ ଜିଲ୍ଲାର ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଗାଁରେ ବଜ୍ରପାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ମହିଳାଙ୍କର ନାମ ନୀରବତୀ ଜାଲ (୫୩) । ସେ ଅନ୍ୟ ୫ ଜଣ ମହିଳାଙ୍କ ସହିତ ଚାଷ ଜମିକୁ ଘାସ ବାଛିବାକୁ ଯାଇଥିଲେ । ଅପରାହ୍ନ ୧୨ଟା ସମୟରେ ବଜ୍ରପାତ ହେବାର ଚାଷ ଜମିରେ ନୀରବତୀ ଟଳିପଡ଼ିଥିଲେ । ଏଥି ସହିତ ରୀତା ସାହୁ (୨୫)ଓ ମନୋକାନ୍ତି ଭୋଇ (୩୬) ଗୁରୁତର ହୋଇଥିଲେ । ଉଭୟଙ୍କୁ ଅତାବିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ମନୋକାନ୍ତିଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ବରଗଡ଼ ଜିଲ୍ଲାର ସହେଲା ବ୍ଲକ ଅନ୍ତର୍ଗତ ବୈଦେଶପାଲିରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଉସବ ଭୋଇ (୩୫) । ଏଠାରେ ୭ ଜଣ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏମାନେ ସମସ୍ତେ ଏକ ଶିବିରରେ ଥିବା ବଜ୍ରପାତ ହୋଇଥିଲା ।

ରାୟଗଡ଼ା ଜିଲ୍ଲା ଡୁରୁପିଲିମା ଗାଁରେ ବ୍ରଜପାତ ଜଣଙ୍କର ଜୀବନ ନେଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ନାମ ପଦ୍ମନ ବାଗ । ଗୁରୁତର ଦଣ୍ଡାସି ଟାକିରିଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏମାନେ ଗାଁ ଆମ୍ବଗଛ ମୂଳେ କଳରାଶୁଣୀ ଦେବୀଙ୍କୁ ପୂଜା କରିବାକୁ ଯାଇଥିଲେ ।

ସମ୍ବନ୍ଧିତ ଖବର