ଭଦ୍ରକ: ସାରା ରାଜ୍ୟରେ ବଜ୍ରାଘାତରେ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି | ଭଦ୍ରକ ଜିଲ୍ଲାରେ ବିଲରେ ଚାଷ କରୁଥିବା ଵେଳେ ବଜ୍ରପାତ ହୋଇଛି । ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି | ମୃତକଙ୍କ ମଧ୍ୟରେ ଭଦ୍ରକ ଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଗୌର ଦାସ , ବାଲେଶ୍ବର ଜିଲ୍ଲା ଖଇରା ଥାନା ପଦୁନା ଗାଁର ରାକେଶ ତିଆଡି ହୋଇଥିବାବେଳେ ଉଭୟଙ୍କୁ ଗୁରୁତର ଅଵସ୍ଥାରେ ଆଗରପଡା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।

Advertisment

ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ ଆଗରପଡ଼ା ମେଡିକାଲରେ ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ଗୁରୁତର ଭାବେ ଭର୍ତ୍ତି ହୋଇଛନ୍ତି । ସେହିପରି ଭଦ୍ରକ ବନ୍ତ ବ୍ଲକ ଚାରିଗାଁରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବାବେଳେ କାମାକ୍ଷାନଗର କାଦୁଆ ଗାଁରେ ଜଣଙ୍କର ମୃତ୍ୟୁ ହୋଇଯାଇଛି | କାମାକ୍ଷାନଗର ଥାନା କାଦୁଆ ଗାଁରେ ବଜ୍ରାଘାତ ଘଟି ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି | ମୃତକ ଜଣକ ହେଲେ ସେହି ଗ୍ରାମର ଭୀମସେନ ପରିଡା | ସୂଚନା ଅନୁସାରେ ଭୀମସେନ ଆଜି ସକାଳ ପ୍ରାୟ ୧୦ ଟା ସମୟରେ ବିଲକୁ ସାର ପକାଇବା ପାଇଁ ଯାଇଥିଲେ | ବିଲରେ ସାର ପକାଇବା ସମୟରେ ଭୀମସେନ ବଜ୍ରାଘାତର ଶିକାର ହୋଇ ବିଲରେ ପଡି ରହିଥିଲେ | ପରିବାର ଲୋକ ଏ ବିଷୟରେ ଖବର ପାଇ ତୁରନ୍ତ ବିଲକୁ ଯାଇ ଭୀମସେନ ପଡିଥିବାର ଦେଖି ତାଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତ୍ତି କରିଥିଲେ | କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏ ନେଇ ମେଡିକାଲ ପରିସରରେ ଏବଂ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି | ସେହିପରି ବାଲେଶ୍ୱର ଜିଲ୍ଲା ଓଲଡ଼ଙ୍ଗାରେ ବି ଜଣଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଯାଇଛି |