ଝାରସୁଗୁଡ଼ା: ମଙ୍ଗଳବାର ସନ୍ଧ୍ୟାରେ ଦିଲ୍ଲୀ-ଝାରସୁଗୁଡ଼ା ବିମାନ ଯୋଗେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ୫ଜଣ କୂଟନୀତିଜ୍ଞ। ଏହି କୂଟନୀତିଜ୍ଞଙ୍କ ମଧ୍ୟରେ ରହିଛନ୍ତି, ଦିଲ୍ଲୀରେ ଅବସ୍ଥାପିତ ଅଷ୍ଟ୍ରେଲୀୟ ହାଇକମିସନର ରାଜନୈତିକ କାଉନସେଲର ଜନ୍ ବର୍ଣ୍ଣାର, ରୟାଲ୍ ଦାନିସ୍ ଏମ୍ବାସିର ରାଜନୈତିକ କାଉନସେଲର, ନେପାଳର ଆମ୍ବାସାଡର ଶଙ୍କର ପ୍ରସାଦ ଶର୍ମା, ରିପବ୍ଲିକ ଅଫ୍ ମରିସସ୍ରେ ଥିବା ଭାରତୀୟ ହାଇକମିସନର ହେମେନ୍ଦୋୟାଲ ଦିଲମ୍, ଭାରତରେ ଥିବା ସିସିଲି ହାଇ କମିସନର ହରିସୋଆ ଲାଲଟିଓନା ଆଉଚେ।
ସୂଚନା ଅନୁସାରେ, ଝାରସୁଗୁଡ଼ା ବିମାନ ବନ୍ଦରରେ ଅବତରଣ ପରେ ଏହି କୂଟନୀତିଜ୍ଞଙ୍କୁ ବିଜେପି କର୍ମକର୍ତ୍ତା ସ୍ବାଗତ କରିଥିଲେ। ଏହାପରେ ହୋଟେଲ ମେ’ ଫେୟାରରେ ଏହି କୂଟନୀତିଜ୍ଞମାନେ ବିଜେପି କର୍ମକର୍ତ୍ତାଙ୍କୁ ସହିତ ବୈଠକ ବି କରିଥିଲେ। ମାତ୍ର ଏହି କୂଟନୀତିଜ୍ଞ କାହିଁକି ଆସିଛନ୍ତି, ସେନେଇ ସେମାନେ କି ବିଜେପି କର୍ମକର୍ତ୍ତାମାନେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ୨୨ ଓ ୨୩ ତାରିଖ ଦୁଇଦିନ ସେମାନେ ସମ୍ବଲପୁରରେ ରହିବା ସହିତ ଆସନ୍ତା ୨୫ ତାରିଖରେ ଥିବା ମତଦାନ ହେଉଥିବା ନିର୍ବାଚନମଣ୍ଡଳୀ ବୁଲିବେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhsfhfsfhfhhfhf.jpg)