ଖଜୁରୀ ତାଡ଼ି ପିଇ ୫ ଗୁରୁତର

ବଣାଇଁଗଡ଼ : ବଣାଇଁ ଥାନା ଅନ୍ତର୍ଗତ ଗୁରୁଣ୍ଡିଆ ବ୍ଲକର ସାତକୁଟା ଗାଁରେ ବିଷାକ୍ତ ଖଜୁରୀ ତାଡ଼ି ପିଇ ଜଣେ ଛାତ୍ର ସମେତ ୫ ଜଣ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସମସ୍ତଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଗତକାଲି ଅପରାହ୍ନରେ ସାତକୁଟା ଗାଁରେ ଖଜୁରୀ ତାଡ଼ି ପିଇ ଗାଁର ଜଣେ ଛାତ୍ରଙ୍କ ସମେତ ଦିବାକର ମୁଣ୍ଡା, ଏକାଦୁଶିଆ ସାହୁ, ସଚିନ ସାହୁ ଓ ଆଶିଷ କାଲୋ ପ୍ରମୁଖ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହେବାରୁ ସମସ୍ତଙ୍କୁ ପ୍ରଥମେ ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ରାଉରକେଲା ସରକାରୀ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର