ଆର୍‌ଏସ୍‌ପିରେ ଗ୍ୟାସ ଲିକ୍ : ୫ ଠିକା ଶ୍ରମିକ ଅସୁସ୍ଥ

ରାଉରକେଲା : ଆଜି ସଂଧ୍ୟାରେ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ ଗ୍ୟାସ୍‌ ଲିକ୍ ହୋଇ ୫ ଜଣ ଠିକା ଶ୍ରମିକ ଅସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଥିବା ବେଳେ ଜଣଙ୍କୁ ଇସ୍ପାତ ଜେନେରାଲ୍‌ ହସ୍ପିଟାଲ୍‌ (ଆଇଜିଏଚ)ରେ ଭର୍ତ୍ତି କରାଯାଇଛି। ଆର୍‌ଏସ୍‌ପି ବ୍ଲାଷ୍ଟ ଫର୍ଣ୍ଣେସ୍‌ ୫ରେ ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ମରାମତି କାମ କରୁଛି। ଆଜି ‌‘ଷ୍ଟୋଭ୍‌’ରେ ମରାମତି କାମ ଚାଲୁଥିବା ବେଳେ ୫ ଶ୍ରମିକ ବିଷାକ୍ତ ଗ୍ୟାସ୍ ସଂସ୍ପର୍ଶରେ ଆସି ବେହୋସ ହୋଇ ଯାଇଥିଲେ। ଅସୁସ୍ଥ ଠିକା ଶ୍ରମିକଙ୍କୁ ମଙ୍କି ଲ୍ୟାଡ଼ର ସାହାର୍ଯ୍ୟରେ ପ୍ରାୟ ଦେଢ ଶହ ମିଟର ଉଚ୍ଚରୁ ଉଦ୍ଧାର କରାଯାଇ କାରଖାନା ଭିତରେ ଚିକିତ୍ସା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଠିକା ଶ୍ରମିକ ମାୟାଧର ନାଏକଙ୍କୁ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଛି। ସେ ଏ‌ବେ ଆଇଜିଏଚ ମେଲ୍‌ ୱାର୍ଡ ବେଡ ନମ୍ବର ୫ରେ ଚିକିତ୍ସାଧୀନ ଅଛନ୍ତି। କାମ ବେଳେ ଠିକା ଶ୍ରମିକଙ୍କୁ ସୁରକ୍ଷା ଉପକରଣ ଦିଆଯାଇ ନ ଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର