ହୁକିଟୋଲାରୁ ୫ ଟ୍ରଲର୍‌ ଜବତ, ୪୦ ମତ୍ସ୍ୟଜୀବୀ ଗିରଫ

ରାଜନଗର : ଗହୀରମଥା ସାମୁଦ୍ରିକ ନିଷିଦ୍ଧାଞ୍ଚଳର ହୁକିଟୋଲା ଦ୍ୱୀପଠାରୁ ୫ କିମି ଦୂରରେ ମାଛ ମାରୁଥିବା ୫ଟି ଟ୍ରଲରକୁ ବନ ବିଭାଗ ଜବତ କରିଛି। ଏଥିରେ ଥିବା ୪୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି।

ବନବିଭାଗ ଟିମ୍‌ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିବା ବେଳେ ଏହି ଟ୍ରଲରଗୁଡିକୁ ଜବତ କରିଥିଲେ। ଜବତ ଟ୍ରଲରଗୁଡିକ ବାଲେଶ୍ୱର ଏବଂ ପାରାଦୀପ ଅଞ୍ଚଳର ବୋଲି ଜଣାପଡିଛି। ସେଥିରୁ ୧୯ କୁଇଣ୍ଟାଲ୍‌ ମାଛ, ୩୯ଟି ଜାଲ୍‌ ସମେତ ମାଛଧରା ସରଞ୍ଜାମ ଜବତ କରାଯାଇଛି।

ଗିରଫ ମତ୍ସ୍ୟଜୀବୀମାନେ ହେଉଛନ୍ତି ନିର୍ମଳ ମାଝୀ, ରଖେନ୍ଦ୍ର ପରିଡା, ନକୁଳ ମାହୁନ୍ତ, କୁନୁ ପରିଡ଼ା, ମନୋଜ ବାରିକ, ବୈଲୋଚନ ମାହୁନ୍ତ, ପ୍ରକାଶ ଚନ୍ଦ୍ର ପ୍ରଧାନ, ଭୁଲିତ୍‌ ପ୍ରସାଦ, ଅରୁଣ କୁମାର ମଲ୍ଲିକ, ମଙ୍ଗୁଳି ମଲ୍ଲିକ, ପୂର୍ଣ୍ଣ ମଳିକ, କପି ମଳିକ, ବାପା ସିଂ, ଶଙ୍କର ମୁର୍ମୁ, ପିଟୁ ସିିଂ, ସୁଦାମ ମଳିକ, କେଶରୀ ମଳିକ, ଭିକାରୀ ମଳିକ, ସ୍ୱର୍ଣ୍ଣପ୍ରକାଶ ମଳିକ, ସନାତନ ମାଝି, ସୁରଥ୍‌ ଖଟୁଆ, ଅଜୟ ସିଂହ, ହେମନ୍ତ ଜେନା, ଗୌତମ ପାଲ୍‌, ବିଶ୍ୱଜିତ୍‌ ଗିରି, କାର୍ତ୍ତିକ ମଣ୍ଡଳ, ରମେଶ ପ୍ରଧାନ, ଅପୁ ଗିରି, ଗୌରାଙ୍ଗ ପାଲ୍‌, ପ୍ରଶାନ୍ତ ବେହେରା, ନିଶାମଣି ନାୟକ, ପ୍ରଶାନ୍ତ ମାନିଆ, ପିଂଟୁ ମଣ୍ଡଳ, ତପନ ମଣ୍ଡଳ, କାର୍ତ୍ତିକ ଧଳ, ପିଣ୍ଟୁ ସେଠୀ, ପବିତ୍ର ମାନ୍ନା, ବିବେକାନନ୍ଦ ଖଟୁଆ ପ୍ରମୁଖ।

ସେମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ଗହୀରମଥା ବନାଞ୍ଚଳ ଅଧିକାରୀ ସୁବ୍ରତ କୁମାର ପାତ୍ର, ବନପାଳ ମହନ୍ତ କୁମାର ମଳିକଙ୍କ ନେତୃତ୍ୱାଧୀନ ଟିମ୍‌ ଏହି ଚଢାଉ କରିଥିଲା।

ସମ୍ବନ୍ଧିତ ଖବର