Image Courtesy of India Today
ବ୍ୟାସନଗର: ଯାଜପୁରରୋଡ ଥାନା ଅନ୍ତର୍ଗତ ବ୍ୟାସନଗର ସହରର ଗ୍ରିନ ମାର୍କେଟ୍ ସମ୍ମୁଖରେ ଥିବା ଏକ ଘରେ ଚାଲୁଥିବା ଜୁଆ ଆଡ଼ା ଉପରେ ପୁଲିସ ଆଜି ଚଢ଼ଉ କରିଥିଲା। ଏଠାରୁ ପାଞ୍ଚ ଜଣ ଜୁଆଡ଼ିକୁ ଗିରଫ କରିବା ସହ ପୁଲିସ ସେମାନଙ୍କ ନିକଟରୁ ୬ହଜାର ୫୦ଟଙ୍କା ଓ ଏକ ଖାତା ଜବତ କରିଛି। ହେଲେ ଜୁଆ ଆଡ଼ା ଚଳାଉଥିବା ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି।
ଗିରଫ ଅଭିଯୁକ୍ତ କଟକ ଜିଲ୍ଲା ମଧୁପାଟଣା ଥାନା ଅଞ୍ଚଳର ସୁକାନ୍ତ ଦାସଙ୍କ ପୁଅ ପ୍ରଶାନ୍ତ(୩୯), ଚାଉଳିଆଗଞ୍ଜ ଥାନା ନୂଆବଜାର ଅଞ୍ଚଳର ପୁରୁଷୋତ୍ତମ ସାହୁଙ୍କ ପୁଅ ଦାମ(୪୨), ମାଲଗୋଦାମ ଥାନା ଯୋବ୍ରା କଲେଜ ରୋଡ୍ର ଅଲେଖ ଚନ୍ଦ୍ର ବେହେରାଙ୍କ ପୁଅ ଲୋକନାଥ(୪୭), କୋରେଇ ଥାନା ଅନ୍ତର୍ଗତ ବୈତରଣୀରୋଡ ଅଞ୍ଚଳର ରମାକାନ୍ତ ସାହୁ ଓ ମାନସ ଜେନା। ଅନ୍ଲାଇନରେ ଚାଲିଥିବା ଜୁଆଖେଳ ସରଞ୍ଜାମକୁ ପୁଲିସ ଜବତ କରି ନଥିବା ବେଳେ କେବଳ ଦୁଇଟି ଖାତା ଜବତ କରିଛି। ଥାନା କେସ୍ ନମ୍ବର ୧୫୧/୨୩ ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତମାନଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ସୂଚନା ଦେଇଛନ୍ତି।
Follow Us