ହାଟରୁ  ୫ ଜୁଆଡ଼ି ଗିରଫ

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଗଡବାନ୍ଧଗୋଡ଼ା ପଞ୍ଚାୟତ ଅନ୍ତର୍ଗତ ବୋହୁଗଡିଆ ସାପ୍ତାହିକ ହାଟ ଉପରେ ରାମଚନ୍ଦ୍ରପୁର ପୁଲିସ ଚଢ଼ଉ କରି ୫ ଜୁଆଡ଼ିଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଏକ ଜାଇଲୋ ଗାଡ଼ି ଏବଂ ୨୧ହଜାର ୬୯୦ ଟଙ୍କା ଜବତ କରିଛି।  ଥାନାଧିକାରୀ ଅବିନାଶ ପରିଡାଙ୍କ ନେତୃତ୍ବରେ ଆଜି ଅପରାହ୍ଣରେ ଅଚାନକ  ହାଟରେ ଚାଲିଥିବା ଜୁଆ ଆଡ଼ା ଉପରେ ଚଢ଼ଉ କରାଯାଇଥିଲା। ପୁଲିସ ଗାଡିକୁ ଦେଖି ଜୁଆଡି ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ।

ମାତ୍ର ଜୁଆଖେଳରେ ସମ୍ପୃକ୍ତ  ୫ ଜଣ ଯୁବକଙ୍କୁ ପୁଲିସ କାବୁ କରିବା ସହ ଏକ ମହିନ୍ଦ୍ରା ଜାଇଲୋ ଗାଡ଼ିକୁ ଜବତ କରିଛି ।  ସେମାନଙ୍କ ନିକଟରୁ ୨୧ ହଜାର ୬୯୦ ଟଙ୍କା ଜବତ କରାଯାଇଥିବା ରାମଚନ୍ଦ୍ରପୁର ଥାନା ଅଧିକାରୀ ଅବିନାଶ ପରିଡ଼ା କହିଛନ୍ତି। ପୁଲିସ ୨୬୧/୨୨ ରେ  ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର