ପୁଣି ୬୦୦ ଫୁଟ୍‌ ତଳକୁ ଖସିଲା ହୀରାକୁଦ ଜଳସ୍ତର, ୫ ଗେଟ୍ ବନ୍ଦ

ସମ୍ବଲପୁର : ହୀରାକୁଦର ଜଳସ୍ତର ପୁଣି ୬୦୦ ଫୁଟ୍‌ ତଳକୁ ଖସିଛି। ଏହାପରେ ଗୁରୁବାର ହୀରାକୁଦ ବନ୍ଧର ୫ଟି ଗେଟ୍ ବନ୍ଦ କରାଯାଇଛି। ସକାଳ ୭ଟାରେ ୪ଟି ଓ ସଂଧ୍ୟା ୪ଟାରେ ଗୋଟିଏ ଗେଟ୍ ବନ୍ଦ କରାଯାଇଥିଲା। ଏହାପରେ ଆଉ ୫ଟି ସ୍ଲୁଇସ୍ ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସିତ ହେଉଛି। ଗୁରୁବାର ରାତି ୯ଟା ବେଳେ ଜଳଭଣ୍ଡାରର ସ୍ତର ୫୯୯.୭୩ ଫୁଟ୍ ଥିଲା। ଜଳଭଣ୍ଡାର ମଧ୍ୟକୁ ୯୩,୭୯୭ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ସେଥିରୁ ୫ଟି ସ୍ଲୁଇସ୍‌ ଗେଟ୍ ଦେଇ ୭୬,୫୫୮ କ୍ୟୁସେକ୍‌, ପାୱାର ଚାନେଲ୍ ଦେଇ ୧୩,୬୯୩ କ୍ୟୁସେକ୍‌, ବିଭିନ୍ନ କେନାଲ ଦେଇ ୩୩୭୬ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୦.୪୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୯.୦୨ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର