ହୀରାକୁଦ ଜଳଭଣ୍ଡାରରେ ୫ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ୫ଟି ଗେଟ ଖୋଲା ରହିଛି। ବୁଧବାର ଏହାର ଜଳସ୍ତର ୬୨୭.୨୭ ଫୁଟ ରହିଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୪୮ ହଜାର ୦୧୨ କ୍ୟୁସେକ ପାଣି ପ୍ରବେଶ, ୧ ଲକ୍ଷ ୦୧ ହଜାର ୮୯୨ କ୍ୟୁସେକ ପାଣି ନିଷ୍କାସିତ ହେଉଛି। ସ୍ଲୁଇସ୍‌ ଗେଟ୍‌ ଦେଇ ୮୧ ହଜାର ୧୧୦ କ୍ୟୁସେକ୍‌, ପାୱାର ଚାନେଲ ଦେଇ ୧୮,୨୭୬ କ୍ୟୁସେକ୍‌, ବିଭିନ୍ନ କେନାଲ‌ ଦେଇ ୨୩୩୬ କ୍ୟୁସେକ୍‌, ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍‌ ପାଣି ଛଡ଼ା ଯାଉଥିଲା। ରାତି ୯ଟା ବେଳକୁ ମହାନଦୀ ତଳ ମୁଣ୍ଡ ବେଲଗାଁଠାରେ ୨୧ ହଜାର କ୍ୟୁସେକ୍‌, ପଥର୍ଲାଠାରେ ୬୯ ହଜାର ୧୦୦ କ୍ୟୁସେକ୍‌, ଖଇରମାଳଠାରେ ୨ ଲକ୍ଷ ୧୦ ହଜାର କ୍ୟୁସେକ୍‌, ବରମୂଳଠାରେ ୨ ଲକ୍ଷ ୮୩ହଜାର କ୍ୟୁସେକ୍‌, ମୁଣ୍ଡଳିଠାରେ ୫ ଲକ୍ଷ ୩୦ ହଜାର ୬୨୯ କ୍ୟୁସେକ୍‌ ପାଣି ପ୍ରବାହିତ ହେଉଥିଲା।

ସମ୍ବନ୍ଧିତ ଖବର