ସମ୍ବଲପୁର : ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷାର ଚେତାବନୀ ପରେ ହୀରାକୁଦର ଜଳସ୍ତର ଅଧିକ ବଢ଼ିବାକୁ ଦିଆଯାଉ ନାହିଁ। ଜଳଭଣ୍ଡାରକୁ ଯେତିକି ପାଣି ପ୍ରବେଶ କରୁଛି ସେତିକି ପାଣି ଛାଡ଼ି ଜଳସ୍ତରକୁ ୬୨୩ ଫୁଟ୍ର ତଳେ ରଖାଯାଇଛି। ରବିବାର ବିଳମ୍ବିତ ରାତିରେ ଆଉ ଏକ ଗେଟ୍ ଖୋଲିବା ପରେ ଏବେ ହୀରାକୁଦର ୫ଟି ଗେଟ୍ ଖୋଲା ରହିଛି। ସୋମବାର ରାତି ୬ଟା ବେଳକୁ ହୀରାକୁଦ ଜଳଭଣ୍ଡାରର ସ୍ତର ୬୨୨.୫୦ ସୀମିତ ଥିଲା। ସେତିକି ବେଳକୁ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡ ପ୍ରତି ହାରାହାରି ୯୨,୦୨୦ ଘନଫୁଟ୍ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା। ଖୋଲାଥିବା ବାମ ସ୍ପିଲ୍େଓ୍ଵ’ର ୪ ଓ ଡାହାଣ ପାର୍ଶ୍ୱର ଗୋଟିଏ ସ୍ଲୁଇସ୍ ଗେଟ୍ ଦେଇ ୭୯,୩୦୦ କ୍ୟୁସେକ୍, ପାଓ୍ଵାର ଚାନେଲରେ ୧୦, ୪୪୨ କ୍ୟୁସେକ୍, ବିଭିନ୍ନ କେନାଲ୍ରେ ୧୯୨୮ କ୍ୟୁସେକ୍ ଓ ଶିଳ୍ପ ସଂସ୍ଥା ଗୁଡ଼ିକ ପାଇଁ ୩୫୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ବନ୍ଧ ଉପର ମୁଣ୍ଡରେ ୩୯.୯୩ ମିଲିମିଟର ଓ ତଳ ମୁଣ୍ଡରେ ୬୬.୭୨ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦର ୫ ଗେଟ୍ ଖୋଲା
/sambad/media/post_attachments/wp-content/uploads/2018/08/hira-9.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)