ରାଜପଥ ଛିନତାଇ ଗ୍ୟାଙ୍ଗର ୫ ଗିରଫ, ୫ ସୁନା ଚେନ୍ ଓ ୨ ବାଇକ୍‌ ଜବତ

ଖୋର୍ଦ୍ଧା: ଆଜି ଭୋର ୪ ଟା ବେଳେ ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ରାଜପଥ ଛିନତାଇ ଗ୍ୟାଙ୍ଗର ୫ଜଣ ସଦସ୍ୟଙ୍କୁ ଗିରଫ କରାଯିବା ସହ ସେମାନଙ୍କ ନିକଟରୁ ୫ଟି ସୁନାଚେନ ଓ ୨ଟି ମୋଟର ସାଇକଲ ଜବତ କରାଯାଇଛି ।

ସୂଚନାନୁସାରେ, ଆଜି ୫୭ ନମ୍ବର ଜାତୀୟ ରାଜପଥର ତରତୁଆ ଛକ ବଡ଼ଶଙ୍ଖ ନିକଟରେ ପୁଲିସ ଚଢ଼ଉ କରି ଗଡ଼ଖୋର୍ଦ୍ଧା ହାଉସିଂ ବୋର୍ଡ କଲୋନୀର ଚନ୍ଦନ ନାୟକ ଓରଫ ବଳିଆ (୨୯), ଭଗବାନ ନାୟକ ଓରଫ ଟିକିଆ (୨୬), ଶାଗୁଆନ ବଗିଚାର ଦେବାଶିଷ ସ୍ୱାଇଁ ଓରଫ ଶିବ (୨୫), ଶିଆଳିଆ ବ୍ରହ୍ମପୁରାର ଆକାଶ ବଢ଼େଇ ଓରଫ ଝାମ୍ପି (୨୨), ପପୁ ବଢ଼େଇ (୨୦)କୁ ଗିରଫ କରାଯାଇଛି ।

ପଚରାଉଚୁରାରେ ସେମାନେ ସୁନା ଚେନ୍ ଲୁଟ କରିବା ସହ ଏହି ସୁନାଚେନଗୁଡ଼ିକୁ ମାଣାପୁରମ ଫାଇନାନ୍ସ ଲିଃ ଓ ଷ୍ଟେଟ୍ବ୍ୟାଙ୍କ ଅଫ୍ ଇଣ୍ଡିଆରେ ବନ୍ଧକ ରଖି ଟଙ୍କା ଆଣି ଖର୍ଚ୍ଚ କରିଥିବା ସ୍ୱୀକାର କରିଥିଲେ । ଏହି ତଥ୍ୟ ଆଧାରରେ ଉକ୍ତ ସଂସ୍ଥାରୁ ସୁନାଚେନ ଉଦ୍ଧାର କରିବା ସହ ଦୁଇଟି ମୋଟର ସାଇକଲ (ଓଡି୦୨ଏଚ ୬୪୮୯ ଓ ଓଡି ୦୨ସିଏ ୩୫୨୦) ଜବତ କରାଯାଇଛି । ଏନେଇ ୪୩୩/୨୦୨୨ରେ ଏକ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ସମ୍ବନ୍ଧିତ ଖବର