ବରଗଡ଼: ବରଗଡ଼ଠାରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ଦାବି ନେଇ ମିଳିତ ମଂଚର ଆହ୍ବାନକ୍ରମେ ମଂଗଳବାର ୫ଘଣ୍ଟିଆ ଚକାଜାମ୍ କରାଯାଇଛି। ସକାଳ ୧୦ଟାରୁ ଅପରାହ୍ନ ୩ଟା ଯାଏଁ ବରାହଗୋଡ଼ା ସ୍ଥିତ ଟୋଲ ପ୍ଲାଜାଠାରେ ଏହି ଆନ୍ଦୋଳନ ହୋଇଥିଲା। ଫଳରେ ୫ଘଣ୍ଟା ଯାଏଁ ବରଗଡ଼-ସମ୍ବଲପୁର ମଧ୍ୟରେ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ରୋଗୀଙ୍କୁ ନେଇ ଯାଉଥିବା ଆମ୍ବୁଲାନ୍ସ ଏବଂ ଘରୋଇ ଗାଡ଼ି ବ୍ୟତୀତ ଅନ୍ୟ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା। ଟୋଲ ପ୍ଲାଜାର ଉଭୟ ମୁଣ୍ଡ ବିକାଶ ହସ୍ପିଟାଲ ଛକ ଏବଂ କଳାପାଣି ପଟେ ହଜାର ହଜାର ଗାଡ଼ିର ଲମ୍ବା ଲାଇନ ଲାଗି ରହିଥିଲା। ଏହି ଚକାଜାମ୍ ଆନ୍ଦୋଳନକୁ ବିଜେଡି, ବିଜେପି, କଂଗ୍ରେସ, ଆପ୍ ସମେତ ଅନ୍ୟ ରାଜନୈତିକ ଦଳ ତଥା ଜିଲ୍ଲାର ଛାମୁଆ ସଂଗଠନ ଗୁଡ଼ିକର ସମର୍ଥନ ମିଳିଥିଲା। ସକାଳୁ ସହର ଭିତରୁ ବାଇକ୍ ରାଲି ବାହାରି ଟୋଲ ପ୍ଲାଜା ଯାଏଁ ପହଂଚି ଥିଲା। ସେଠାରେ ଚକାଜାମ୍ ସହ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ ରାଜନୈତିକ ଦଳ ତଥା ସଂଗଠନ ଗୁଡ଼ିକର ପ୍ରତିନିଧି ମାନେ ଯୋଗ ଦେଇ ଏହି ଦାବିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଇଥିଲେ। ଏନେଇ ସମ୍ମିଳିତ ଭାବେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଯିବ। ଶୀଘ୍ର କିଛି ଠୋସ୍ ନିଷ୍ପତ୍ତି ନହେଲେ ପୁନର୍ବାର ଆହୁରି ବଡ଼ ଆେନ୍ଦାଳନ କରାଯିବ ବୋଲି ସ୍ଥିର ହୋଇଛି। ବରଗଡ଼ ସହର ଭିତରେ ହିଁ ହସ୍ପିଟାଲ ପାଇଁ ପର୍ଯ୍ୟପ୍ତ ଜାଗା ଏବଂ ଭିତ୍ତିଭୂମି ରହିଛି। ତେଣୁ ହସ୍ପିଟାଲ ସ୍ଥାପନରେ କିଛି ଅସୁବିଧା ନାହିଁ ବୋଲି ମତପ୍ରକାଶ ପାଇଛି।
କ୍ୟାନସର ହସ୍ପିଟାଲ ଦାବି: ୫ଘଣ୍ଟା ବରଗଡ଼-ସମ୍ବଲପୁର ବିଚ୍ଛିନ୍ନ
/sambad/media/post_attachments/wp-content/uploads/2018/12/Breast-Cancer-Cancer.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)