ବଲାଙ୍ଗୀରରେ ୫ ଘଣ୍ଟା ବିଦ୍ୟୁତ୍‌ ସେବା ବନ୍ଦ

ବଲାଙ୍ଗୀର: ଶନିବାର ବଲାଙ୍ଗୀର ସହରରେ ଅପରାହ୍ନରେ ପବନ ବହିବା ସହ ବିଜୁଳି କାଟ ହୋଇଥିଲା। ପରେ ଝିପି ଝିପି ବର୍ଷା ହେବାରୁ ସଂଧ୍ୟା ୭ଟା ଯାଏଁ ବିଜୁଳି ବିଭ୍ରାଟ ଲାଗି ରହିଥିଲା। ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ପଚାରିଲେ କିଏ କହୁଥିଲେ, ବେକ୍‌ଅପ୍‌ରେ ସମସ୍ୟା ରହିଛି ତ ଆଉ କିଏ ଆଉ କିଛି ସମସ୍ୟା କଥା କହୁଥିଲେ।

ହେଲେ ପ୍ରାୟ ୫ ଘଣ୍ଟା ଧରି ସାରା ସହରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା। ଏଥିପାଇଁ ଉପଭୋକ୍ତାମାନେ ବହୁ ହଇରାଣ ହୋଇଥିଲେ। ବିଦ୍ୟୁତ୍‌ ଉପରେ ନିର୍ଭର କରୁଥିବା ବିଭିନ୍ନ କାମ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା।

ସମ୍ବନ୍ଧିତ ଖବର