ନୂଆପଡ଼ା/ଖଡ଼ିଆଳ : ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଛତିଶଗଡ଼ ଗରିଆବନ୍ଧ ଉଦନ୍ତୀ ଅଭୟାରଣ୍ୟରେ ଏକ ମହାବଳ ବାଘ ଶିକାର ଅଭିଯୋଗରେ ଗିରଫ ୫ ଶିକାରୀଙ୍କୁ ମଙ୍ଗଳବାର କୋର୍ଟଚାଲାଣ କରାଯାଇଛି। ସୋମବାର ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଖଡ଼ୁପାଣି ଗ୍ରାମରୁ ମହାବଳ ବାଘଛାଲର କିଛି ଅଂଶ ସହ ଶିକାରରେ ବ୍ୟବହୃତ ଧନୁତୀର, ଜାଲ ଓ ବହୁ ପରିମାଣର ବିଜୁଳି ତାର ସହ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଥିଲା। ୫ ଶିକାରୀଙ୍କ ମଧ୍ୟରୁ ଚାରି ଜଣ ବୋଡ଼େନ ଥାନା ଅଞ୍ଚଳର ହୋଇଥିବା ବେଳେ ଜଣେ ଖଡ଼ିଆଳ ଥାନା ଅଞ୍ଚଳର ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ସୁଶୀଳ ତ୍ରିପାଠୀ ପ୍ରକାଶ କରିଛନ୍ତି। ଅଭିଯୁକ୍ତ ଖଡ଼ୁପାଣି ଗ୍ରାମର ବଦନ ମାଝୀ (୪୫), ପାଟଦରା ଗ୍ରାମର ସଚୀନ୍ଦ୍ର ମାଝୀ (୩୬), ଚିକଲଚୁଆଁ ଗ୍ରାମର ବଡ଼ ମାଝୀ (୬୧), ଖଗେଶ୍ବର ମାଝୀ (୬୨) ଓ ଖଡ଼ିଆଳ ଥାନା ଭାଲୁଡ଼ୁଙ୍ଗୁରି ଗ୍ରାମର ଅଚ୍ୟୁତାନନ୍ଦ ମାଝୀ (୨୩)ଙ୍କୁ ଅଧିକ ପଚରାଉଚରା ପାଇଁ ଛତିଶଗଡ଼ ବନ ବିଭାଗ ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।
ଜେଲ୍ ଗଲେ ୫ ଶିକାରୀ
/sambad/media/post_attachments/wp-content/uploads/2022/10/jail.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)