ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ପୁରୀରେ ନିୟୋଜିତ ହେଲେ ୫ ଶିକ୍ଷାନବୀଶ ଆଇଏଏସ୍
ଭୁବନେଶ୍ବର : ପୁରୀକୁ ବିଶ୍ବ ଐତିହ୍ୟ ନଗରୀ ଭାବେ ବିକଶିତ କରିବା ପାଇଁ ରାଜ୍ୟ ସରକାର ଗୁରୁତ୍ବ େଦଇଛନ୍ତି। ଏଥି ନିମନ୍ତେ ପୁରୀର ଭିତ୍ତିଭୂମିର ବିକାଶ, କୀର୍ତ୍ତିରାଜିର ସଂରକ୍ଷଣ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ କରାଯାଇଥିଲା। ଏହିସବୁ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବାରେ ଜିଲ୍ଲାପାଳଙ୍କୁ ସହଯୋଗ କରିବା ପାଇଁ ୫ ଜଣ ଶିକ୍ଷାନବୀଶ ଆଇଏଏସ୍ ଅଫିସର୍ଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ନିଯୁକ୍ତ କରିଛନ୍ତି। ସେମାନେ ପୁରୀର ବିକାଶ ପାଇଁ କରାଯାଉଥିବା ବିଭିନ୍ନ ପ୍ରକଳ୍ପର ଦାୟିତ୍ବରେ ରହିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଶିକ୍ଷାନବୀଶ ଅଫିସର୍ମାନେ ହେଲେ ସୂର୍ଯ୍ୟବଂଶୀ ମୟୂର ବିକାଶ, କୀର୍ତ୍ତିଭାସନ୍ ଭି, ଶୁଭଙ୍କର ମହାପାତ୍ର, ଜେ ସୋନାଲ୍ ଓ ଭୁବନେଶ ଦେବଦାସ ପାଟିଲ୍। ସମସ୍ତେ ୨୦୧୮ ବ୍ୟାଚ୍ର ଆଇଏଏସ୍ ଅଫିସର୍। ଏମାନେ ଆଜି ପୁରୀେର କାର୍ଯ୍ୟରେ ଯୋଗ ଦେଇଛନ୍ତି।
ପୁରୀ ଯିବା ପୂର୍ବରୁ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ଆର୍ ବାଲକ୍ରିଷ୍ଣନ୍ ଓ ମୁଖ୍ୟମନ୍ତ୍ରୀଙ୍କ ‘୫ଟି’ ସଚିବ ଭି କେ ପାଣ୍ଡିଆନ୍ ସେମାନଙ୍କୁ ଦାୟିତ୍ବ ସମ୍ପର୍କରେ ବୁଝାଇଥିଲେ। ରାଜ୍ୟ ସରକାରଙ୍କ ଏହି ମହତ୍ତ୍ବାକାଂକ୍ଷୀ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପ୍ରତିବଦ୍ଧତାର ସହ କାମ କରିବାକୁ ଉଭୟ ପରାମର୍ଶ ଦେଇଥିଲେ।