୫ଜଣଙ୍କୁ ଘାଇଲା କଲା ଭାଲୁ

କେନ୍ଦୁଝର : ଜଣେ ବନ କର୍ମଚାରୀଙ୍କୁ ଭାଲୁ ଝୁଣି ମାରିବାର ଦିନ କେଇଟା ଯାଇନି କେନ୍ଦୁଝର ଜିଲ୍ଲାରେ ପୁଣି ଆତଙ୍କ ଖେଳାଇଛି ଭାଲୁ। ଗତକାଲି ରାତି ଓ ଆଜି ସକାଳେ ଚମ୍ପୁଆ ରେଞ୍ଜ୍‌ରେ ୫ ଜଣଙ୍କୁ ଭାଲୁ ଘାଇଲା କରିଛି। ବାଲିବନ୍ଧ ବିଟ୍‌ ହାଉସ ଅଞ୍ଚଳରେ ଏକ ବଣୁଆ ଭାଲୁ ଆକ୍ରମଣରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ପ୍ରଥମେ ଝୁମ୍ପୁରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଭାଲୁଟି ଗ୍ରାମ ନିକଟସ୍ଥ ଜଙ୍ଗଲରେ ଥିବାରୁ ଲୋକମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।

ସମ୍ବନ୍ଧିତ ଖବର