ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୫ଗୁରୁତର

ନନ୍ଦପୁର : ନନ୍ଦପୁର ବ୍ଲକ ସଦର ମହକୁମା ନିକଟସ୍ଥ ପଡାଲପୁଟ ଛକ ନିକଟରେ ଦୁଇଟି ବା‌ଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୫ଜଣ ଗୁରୁତର ଆହତ ‌େହାଇଛନ୍ତି। ସୂଚନା ଅନୁଯାୟୀ, ନନ୍ଦପୁର ଥାନା ଅନ୍ତର୍ଗତ ଖମାରି ଗ୍ରାମର ସୁକୁ ଗଲରୀ ଆଜି ସଂଧ୍ୟାରେ ଲମତାପୁଟ ଅଞ୍ଚଳରୁ ଏକ ବାଇକ୍‌(ଓଡି୧୦ବି ୮୪୫୩)ରେ ପତ୍ନୀ ଓ ଭଉଣୀଙ୍କୁ ବସାଇ ନିଜ ଗାଁକୁ ଯାଉଥିଲେ। ତେବେ ପଡାଲଗୁଡା ଛକ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ୍ ଓ ସୁକୁଙ୍କ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସୁକୁ, ପତ୍ନୀ ପାନ ଓ ଭଉଣୀ ମଙ୍ଗୁଳିଙ୍କ ସମେତ ଅନ୍ୟ ବାଇକ୍‌(ଓଡି ୧୦ଏଫ ୦୯୩୧)ରେ ଥିବା ଖତଗୌଡପୁଟ ଗ୍ରାମର ଭୀମ ଖିଲ(୨୫), ଶେଖର ଖିଲ(୨୬) ଗୁରୁତର ଆହତ ହୋଇଥିଲେ। ଖବର ପାଇ ନନ୍ଦପୁର ଥାନା ଏସ୍ଆଇ ଦୀପକ କୁମାର ନାୟକ, ଅଗ୍ନିଶମ ବିଭାଗ କର୍ମଚାରୀ ଓ ୧୦୮ ଆମ୍ବୁଲାନ୍‌ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍‌ସ ଯୋଗେ ନନ୍ଦପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା। ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିବାରୁ ସୁକୁ ଓ ପତ୍ନୀ ପାନଙ୍କୁ କୋରାପୁଟ ଏସଏଲଏନ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି। ନନ୍ଦପୁର ପୁଲିସ ଦୁଇଟି ବାଇକ୍‌ ଜବତ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର