ରେଢ଼ାଖୋଲ : ରେଢ଼ାଖୋଲ ଥାନା ଅନ୍ତର୍ଗତ ଏନ୍ଏଚ୍ ୫୫ର କୁଟାସିଂହା ନିକଟରେ ଏସ୍. କୁମାର ନାମକ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଥିବାରୁ ୫ ଜଣ ଆହତ ହୋଇଛି। ଆହତମାନଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯାଇଛି। ସୂଚନା ଅନୁସାରେ, ଏସ୍. କୁମାର ନାମକ ଯାତ୍ରୀବାସୀ ବସ୍ ଅନୁଗୋଳରୁ ସମ୍ବଲପୁର ଆସୁଥିବା ବେଳେ ସଂଧ୍ୟା ୬ଟାରେ କୁଟାସିଂହାଠାରେ ଓଲଟି ପଡ଼ିଥିଲା। ବସ୍ରେ ପ୍ରାୟ ୧୨ ଜଣ ଯାତ୍ରୀ ଥିଲେ। ସ୍ଥାନୀୟ ଲୋକ ଆହତଙ୍କୁ ଉଦ୍ଧାର କରିଥିଲେ। ଷ୍ଟେରିଂ ଫେଲ ହେବା ଫଳରେ ଦୁର୍ଘଟଣା ହୋଇଥିବା ଡ୍ରାଇଭର ଲୋକନାଥ ନାଏକ କହିଛନ୍ତି। ପୁଲିସ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ କରୁଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି।
ଯାତ୍ରୀବାହୀ ବସ୍ ଓଲଟି ୫ ଆହତ
/sambad/media/post_attachments/wp-content/uploads/2019/08/accident90-news-first.jpg)
/sambad/media/agency_attachments/2024-07-24t043029592z-sambad-original.webp)