ଯାଜପୁରସଦର : ଯାଜପୁର ସଦର ଥାନା ନାଥସାହି ଗାଁରେ ଗ୍ୟାସ ଟାଙ୍କି ଫାଟି ଗୋଟିଏ ପରିବାରର ୫ ଜଣ ଆହତ ହୋଇଛନ୍ତି। ଯାଜପୁର ବ୍ଲକକ ନାଥସାହି ଗାଁର ଦ୍ବିଜ କୁଣ୍ଡୁଙ୍କ ଘରେ ମଙ୍ଗଳବାର ସନ୍ଧ୍ୟାରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍ ହୋଇଥିଲା। ପରିବାର ଲୋକେ ଏହା ଜାଣି ପାରିନଥିଲେ। ରୋଷେଇ ପାଇଁ ଷ୍ଟୋଭ୍ରେ ନିଆଁ ଲଗାଇବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା। ଗ୍ୟାସ୍ ବ୍ୟାପିଥିବା ଘରେ ଆଖିପିଛୁଳାକେ ନିଆଁ ଲାଗିଯାଇଥିଲା। ଏଥିରେ ଦ୍ବିଜଙ୍କ ସମେତ ପତ୍ନୀ ବିଜୁଳି(୬୦), ଝିଅ ମଞ୍ଜୁଲତା(୨୮), ଜ୍ୱାଇଁ ଦାମ ବେହେରା(୩୫) ଓ ନାତୁଣୀ ଶିଶୁକନ୍ୟା ପ୍ରଭାତି (୩) ଆହତ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଝିଅ ଓ ନାତୁଣୀଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କ ଅବସ୍ଥା ବିପଦମୁକ୍ତ ରହିଥିବା ଜଣାପଡ଼ିଛି।
ଗ୍ୟାସ୍ ଲିକ୍ରୁ ଅଗ୍ନିକାଣ୍ଡ, ୫ ଆହତ
/sambad/media/post_attachments/wp-content/uploads/2022/03/gas-cylinder-blas-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)