ଗୟଳ ଆକ୍ରମଣରେ ୫ ଆହତ

ଆଗରପଡ଼ା: ହଦଗଡ଼ ଅଭୟାରଣ୍ୟରୁ ଏକ ଗୟଳ ଆସି ଅଣିଜୋ ପଞ୍ଚାୟତ ରାଜମଙ୍ଗଳପୁର ଗ୍ରାମର ୫ ଜଣଙ୍କୁ ଆକ୍ରମଣ କରି ଆହତ କରିଛି। ଗତକାଲି ଏହି ଗୟଳଟି ଆଗରପଡ଼ା ନିକଟସ୍ଥ ହାଟଡ଼ିହି ବ୍ଲକ ଅଧୀନ ବେରୁଣପଦି ଠାରେ ରହିଥିବାର ବନ ବିଭାଗ ପାଖରେ ଖବର ଥିଲା। ରାତିରେ ଏହି ଗୟଳଟି ହଦଗଡ଼ ଅଭୟାରଣ୍ୟକୁ ନ ଯାଇ ଆଗରପଡ଼ା ଅଭିମୁଖେ ହୋଇ ଅଣିଜୋଠାରେ ଏକ ବାଉଁଶ ବୁଦା ମୂଳରେ ଥିବାର ଦେଖାଯାଇଥିଲା। କିଛି ଗୋରୁଗାଈ ଭୟରେ ଦୌଡିଥିଲେ।

ଲୋକ ଗହଳି ବଢିବାରୁ ଗୟଳଟି ଉତ୍ୟକ୍ତ ହୋଇ ଲୋକଙ୍କୁ ଆକ୍ରମଣ କରିଥିଲା। ଏଥିରେ ଶଙ୍କର୍ଷଣ ଶତପଥୀ, ସନାତନ ମାଦୋଳି, ରଞ୍ଜିତା ମାଦୋଳି, ଅନୁ ଯେନା, ଚକ୍ରଧର ମଣ୍ଡଳ ଆହତ ହୋଇଥିଲେ। ଭଦ୍ରକ ବନାଞ୍ଚଳ ଅଧିକାରୀ ପିତାମ୍ବର ନାୟକ, ହଦଗଡ଼ ରେଞ୍ଜର ସୁନୀତ ମହାନ୍ତି, ଆଗରପଡ଼ା ବନପାଳ ବସନ୍ତ ମାଝୀ, ରାଜକିଶୋର ନାୟକ, ହଦଗଡ଼ ବନପାଳ କେଦାର ପାତ୍ର, ବନରକ୍ଷୀ ସତ୍ୟପ୍ରକାଶ ସ୍ୱାଇଁଙ୍କ ସମେତ ଆଗରପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଛନ୍ତି। ଖବର ଲେଖା ପର୍ଯ୍ୟନ୍ତ ଗୟଳଟିକୁ ଅଭୟାରଣ୍ୟକୁ ନେବାର ଉଦ୍ୟମ ଜାରି ରହିଛି।

ସମ୍ବନ୍ଧିତ ଖବର