ସୁନ୍ଦରଗଡ଼: ହେମଗିର ରେଞ୍ଜ ଦାଘୋରା ସେକ୍ସନର ବଡ଼ରମ୍ପିଆ ଗାଁରେ ଏକ କଲରାପତରିଆ ବାଘ ଆକ୍ରମଣରେ ୨ ଜଣ ମହିଳାଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ନଳିନୀ ବିଶ୍ୱାଳ (୪୭), ପରମେଶ୍ୱର ଭୋଇ (୫୦), ନରିଂଜନ ଭୋଇ (୩୦), କେଶବ ମାକର (୪୮) ଓ ପଦ୍ମାବତୀ ମାକର (୪୦)। ସମସ୍ତ ଗୁରୁତରଙ୍କୁ ହେମଗିର ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଏକ କଲରାପତରିଆ ବାଘ ପଶିଆସି ଏକକାଳୀନ ୫ ଜଣଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା।