ବ୍ରହ୍ମପୁର : ଆଜି ଠାରୁ ମାଟ୍ରିକ୍ ପରୀକ୍ଷା ଆରମ୍ଭ ହେବ। ଏଥିପାଇଁ ଗଞ୍ଜାମ ଜିଲ୍ଲା ଶିକ୍ଷା ବିଭାଗ ତରଫରୁ ସମସ୍ତ ପ୍ରସ୍ତୁତି ସରିଛି। ଚଳିତ ବର୍ଷ ଗଞ୍ଜାମ ଜିଲ୍ଲାରେ ମୋଟ ୪୩ହଜାର ୫୨୩ଜଣ ପରୀକ୍ଷାର୍ଥୀ ରହିଛନ୍ତି। ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୫ ଅନ୍ତେବାସୀ ମାଟ୍ରିକ୍ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ୩୧ ଜଣ ଅନ୍ତେବାସୀ ଦଶମ ଏବଂ ଦ୍ବାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମାଟ୍ରିକ୍ ପରୀକ୍ଷାର୍ଥୀ ରହିଥିବା ଜଣାପଡିଛି। ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ପରୀକ୍ଷା ଦେବେ ବୋଲି ସୂଚନା ମିଳିଛି।
ବ୍ରହ୍ମପୁର ମଣ୍ଡଳ କାରାଗାରରେ ୫ ଅନ୍ତେବାସୀ ଦେବେ ମାଟ୍ରିକ୍ ପରୀକ୍ଷା
/sambad/media/post_attachments/wp-content/uploads/2021/07/berhmapur-jail.jpg)