କେନ୍ଦୁଝର/କୁଟୁଗାଁ : ସୌଭାଗ୍ୟ ଯୋଜନାରେ କାମ କରୁଥିବା ୫ ଜଣ ଶ୍ରମିକ ଆଜି ଏକ ଦୁର୍ଭାଗ୍ୟପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିଛନ୍ତି। ଏଲ୍ଟି ଲାଇନ୍ ପାଇଁ ତାର ଟାଣୁଥିବା ସମୟରେ ଉଚ୍ଚଶକ୍ତି ସଂପନ୍ନ ୧୧ କେଭି ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଛନ୍ତି। ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ଥାନା ଖେଣ୍ଡରା ପଞ୍ଚାୟତର ତିଳୋଉପଦା ସାହିରେ ଆଜି ଏହିଭଳି ଏକ ଘଟଣା ଘଟିଛି। ଆଜି ମଧ୍ୟାହ୍ନରେ ଏଠାରେ ବିଦ୍ୟୁତ୍ ଶ୍ରମିକ ମାର୍କଣ୍ଡ ସିଂ (୪୦), ଗୌର ସିଂ (୧୯), ରାଜେନ ସୋରେନ (୧୮), ଶମ୍ଭୁ ସିଂ (୧୭) ଓ ଅନ୍ୟ ଜଣେ ଶିଶୁ ଶ୍ରମିକ ବିଦ୍ୟୁତ ସରବରାହ ଥିବା ୧୧କେଭିଏ ଲାଇନ୍ରେ କେବୁଲ୍ ଟାଣୁଥିଲେ। ଏହି ସମୟରେ, ୪୪୦ ଭୋଲ୍ଟ ଲାଇନ ଓ ଜିଆଇ ତାର ସହିତ ସଂଯୋଗ ହୋଇଯାଇଥିଲା। ଫଳରେ, ଦୁର୍ଘଟଣା ଘଟିଥିଲା ଏବଂ ଏହି ଶ୍ରମିକମାନେ ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ। ଶ୍ରମିକମାନେ ବିଦ୍ୟୁତ୍ ଝଟ୍କା ଖାଇ ସଂଜ୍ଞାହୀନ ଅବସ୍ଥାରେ ପଡ଼ିଯାଇଥିଲେ। ଆହତ ଶ୍ରମିକଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ।
‘ସୌଭାଗ୍ୟ’ ଆଣିଲା ଦୁର୍ଭାଗ୍ୟ : ବିଦ୍ୟୁତ୍ ଆଘାତରେ ୫ ଶ୍ରମିକ ଗୁରୁତର
/sambad/media/post_attachments/wp-content/uploads/2018/09/elect-final.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)