୫ଟି ଲୋକସଭା କ୍ଷେତ୍ରରେ ୩ଟି ଦଳ ସ୍ପଷ୍ଟ କଲେ ପ୍ରାର୍ଥୀ; ତିନି ଜଣ ମହିଳା, ଜାଣନ୍ତୁ କେଉଁମାନେ ମଇଦାନ୍‌ରେ

୫ଟି ଲୋକସଭା କ୍ଷେତ୍ରରେ ୩ଟି ଦଳ ସ୍ପଷ୍ଟ କଲେ ପ୍ରାର୍ଥୀ; ତିନି ଜଣ ମହିଳା, ଜାଣନ୍ତୁ କେଉଁମାନେ ମଇଦାନ୍‌ରେ

ଭୁବନେଶ୍ବର: ଓଡ଼ିଶାରେ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଏଯାବତ ସଂପୂର୍ଣ୍ଣ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ବିଜୁ ଜନତା ଦଳ ୧୫ଟି ଆସନରେ ପ୍ରାର୍ଥୀ ଦେଇସାରିଥିବା ବେଳେ କଂଗ୍ରେସ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ତେବେ ୨୧ଟିରୁ ରାଜ୍ୟର ୫ଟି ଆସନରେ ପ୍ରତିଯୋଗିତା ପାଇଁ ବିଜେପି, ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ସ୍ପଷ୍ଟ କରିସାରିଛନ୍ତି। ଏହି ୫ଟି ଆସନରେ ଅନ୍ୟ ଦଳରୁ ଅଥବା ସ୍ବାଧୀନ ଭାବରେ କେଉଁମାନେ ନିର୍ବାଚନ ଲଢ଼ିବେ ତାହା ଜଣାପଡ଼ି ନାହିଁ। ତିନି ପ୍ରମୁଖ ଦଳରୁ ୩ ଜଣ ମହିଳା ପ୍ରାର୍ଥୀ ଅଛନ୍ତି।

କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପି ମାଳବିକା କେଶରୀ ଦେଓ, ବିଜେଡି ଲମ୍ବୋଦର ନିଆଳ ଓ କଂଗ୍ରେସ ଦୌପଦୀ ମାଝୀଙ୍କୁ ଅବତୀର୍ଣ୍ଣ କରାଇଛି। ତେଣୁ ଏହି ଆସନରେ ବିଜେଡିକୁ ମହିଳା ଶକ୍ତି ମୁକାବିଲା କରୁଛି। ନବରଂଗପୁରରେ ବିଜେପିରୁ ବଳଭଦ୍ର ମାଝୀ, ବଜେଡିରୁ ପ୍ରଦୀପ ମାଝୀ ଓ ଭୁଜବଳ ମାଝୀ ନିର୍ବାଚନ ଲଢ଼ୁଛନ୍ତି।

ସେହିପରି ଭାରତୀୟ ଜନତା ପାର୍ଟି କୋରାପୁଟରେ କାଳୀରାମ ମାଝୀଙ୍କୁ ଓହ୍ଲାଇ ଥିବା ବେଳେ ବିଜେଡି କୌଶଲ୍ୟା ହିକକାଙ୍କୁ ଟିକେଟ୍‌ ଦେଇଛି। ଏଠାରେ କଂଗ୍ରେସରୁ ସପ୍ତଗିରି ଉଲାକା ଟିକେଟ୍‌ ହାତେଇଛନ୍ତି। କନ୍ଧମାଳରେ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ବିଜେପିରୁ ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସରୁ ଅମିର ଚାନ୍ଦ ନାୟକ ମୁକାବିଲା କରୁଛନ୍ତି। ସେହିପରି ସାଂସଦ ଜୁଏଲ ଓରାମଙ୍କ ବିରୋଧରେ ବିଜେଡିରୁ ଦିଲୀପ ତିର୍କୀ ଓ କଂଗ୍ରେସରୁ ଜନାର୍ଦ୍ଦନ ଦେହୁରୀ ଲଢ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe