ସୁନ୍ଦରଗଡ : ଆନ୍ଧ୍ର ପ୍ରଦେଶର ବିଜୟନଗରମସ୍ଥିତ ଶ୍ରୀ ସାଇ ମଣିକଣ୍ଟମ ଇଟାଭାଟିରେ ବନ୍ଧକ ସୁନ୍ଦରଗଡ଼ ଜିଲ୍ଲାର ୫ ଶ୍ରମିକ ମୁକୁଳିଛନ୍ତି। ସ୍ଥାନୀୟ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ସୁରକ୍ଷା ସେଲ୍ ଚଢଉ କରି ଶ୍ରମିକ କିରଞ୍ଜ ବାରିକ, ତାଙ୍କ ପତ୍ନୀ କୌଶଲ୍ୟା, ଜୟଦେବଙ୍କ ପତ୍ନୀ ଭୂମି, ବାଟି ବାରିକ ଓ ବୃଦ୍ଧା ଦନାଦୋ ଚନ୍ଦଲିଆଙ୍କୁ ଉଦ୍ଧାର କରି ରେଳ ଯୋଗେ ସୁନ୍ଦରଗଡ ପଠାଇଛନ୍ତି। ଠିକାଦାର ମହେଶ ବାବୁ କାଲା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଦଲାଲ୍ ଦମ୍ପତି ବରଗଡ଼ରେ ଓହ୍ଲାଇ ଯାଇଥିବା ବେଳେ ୫ ଶ୍ରମିକ ଝାରସୁଗୁଡା ପହଞ୍ଚିଥିଲେ। ସେମାନଙ୍କୁ ଶ୍ରମ ବିଭାଗ ଏକ ଗାଡ଼ିରେ ଆଣି ସୁନ୍ଦରଗଡ ଜିଲ୍ଲାପାଳଙ୍କ ଆଗରେ ହାଜର କରିଥିଲେ। ଶ୍ରମିକମାନଙ୍କୁ ପ୍ରଶାସନ ବୁର୍ତ୍ତା ଗାଁକୁ ନେଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି।
ବନ୍ଧକ ଇଟାଭାଟି ଶ୍ରମିକ ମୁକୁଳିଲେ
/sambad/media/post_attachments/wp-content/uploads/2018/12/RKL-DADAN-1.jpg)