କୋରାପୁଟ/ଜୟପୁର:  ମାଓ-ବିରୋଧୀ ଅଭିଯାନରେ  ପୁଲିସକୁ ବୁଧବାର ପୁଣି ଥରେ ବଡ଼ ସଫଳତା ମିଳିଛି। କୋରାପୁଟ ପୁଲିସ ନକ୍ସଲ କାର୍ଯ୍ୟକଳାପ ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଏହି ଅଭିଯାନ ବଳରେ ଆଜି ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରରେସନ ସମୟରେ ପୁଲିସ ସହ ମୁହାଁମୁହିଁ  ହୋଇ  ୩ ଜଣ ମହିଳା କ୍ୟାଡରଙ୍କ ସମେତ ୫ ଜଣ ନକ୍ସଲ ନିହତ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ମଧ୍ୟରେ ମହିଳା କ୍ୟାଡର ମାଓବାଦୀ ସାମିଲ ବୋଲି ଏଡିଜି ଆର.ପି କୋଚେ ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରରେସନ ଜାରି ରହିଛି।

Advertisment

ରିପୋର୍ଟ ଅନୁସାରେ କୋରାପୁଟ ଜିଲ୍ଲାର ନନ୍ଦପୁର ବ୍ଲକ ଅନ୍ତର୍ଗତ ପଡୁଆ ଥାନାର ହାତୀବାରୀ ପଂଚାୟତ ଅନ୍ତର୍ଗତ କିତୁଆକାନ୍ତି ଜଙ୍ଗଲରେ ପ୍ରାୟ ୧୫ ଜଣ ମାଓବାଦୀ ଥିପା ସଂପର୍କିତ ଖବର ସୁରକ୍ଷାବାହିନୀର ଯବାନଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହା ପରେ ସୁରକ୍ଷାବାହିନୀର ଯବାନମାନେ ଯୋଜନା ପ୍ରସ୍ତୁତ କରି ଏନକାଉଣ୍ଟର କରିଥିଲେ ବୋଲି ଏସ୍‌ପି ଡ. କେଭି ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏନ୍‌କାଉଣ୍ଟରସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି। କମ୍ବିଂ ଅପରେସନ୍‌ ଏବେ ବି ଜାରି ରହିଛି।