୫ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ପୁଲିସ ନିକଟରେ ଜଣେ ମହିଳା ନକ୍ସଲ ସମେତ ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। କୋଣ୍ଡାଗାଓଁ ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବସ୍ତର ରେଞ୍ଜର ପୁଲିସ ମହାନିର୍ଦେଶକ ବିବେକାନନ୍ଦ ସିହ୍ନା, ଅତିରିକ୍ତ ପୁଲିସ ମହାନିର୍ଦେଶକ ରତନଲାଲ ଡଙ୍ଗୀ ଏବଂ ଏସପି ଓ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଏହି ୫ ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଜନମିଲିସିଆ ସଦସ୍ୟ ସୋନସାୟ କୋରାମ(୨୬), ହାରାଲା ନେତମ(୨୯), ବିରସାୟା ଓରଫ ବିରୁ କୋରାମ(୨୪), ପିଲ୍ଲରାମ କଶ୍ୟପ(୨୬) ଏବଂ ସୋମାରୀ ଓରଫ ସୋନବତୀ କଶ୍ୟପ(୨୬)। ନକ୍ସଲ ସଂଗଠନର ମୁର୍ଦାପାଲ ଅଂଚଳରେ ଜନମିଲିସିଆ ରୂପେ କାମ କରୁଥିବା ଏମାନେ କହିଥିଲେ। ନକ୍ସଲ ସଂଗଠନରେ ପୂର୍ବଭଳି ଆଉ କୌଣସି ଲକ୍ଷ୍ୟ ନେଇ କାମ ହେଉନଥିବା ବେଳେ ଆଦିବାସୀ ଲୋକଙ୍କୁ ନିର୍ଯାତନା ଦିଆଯାଉଥିବା କହିଥିଲେ। ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିବା, ଲୋକଙ୍କୁ ଗ୍ରାମରୁ ତଡିବା ଭଳି କାମ କରୁଥିବାରୁ ମୁଖ୍ୟସ୍ରୋତରେ ସାମିଲ ହୋଇ ଆଗାମୀ ଜୀବନ ସୁଖରେ କଟାଇବା ପାଇଁ ଆତ୍ମସମର୍ପଣ କରିଥିବା କହିଥିଲେ।

ସମ୍ବନ୍ଧିତ ଖବର