୫ ଜଣ ଓଏଏସ ଅଧିକାରୀଙ୍କୁ ଦିଆଗଲା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟରେ ଥିବା ୫ଟି ବିଶ୍ୱବିଦ୍ୟାଳୟ ପାଇଁ ଆଜି ରାଜ୍ୟ ସରକାର ୫ ଜଣ ଓଏଏସ ଅଧିକାରୀଙ୍କୁ ରେଜିଷ୍ଟ୍ରାର ଦାୟିତ୍ୱ ଦେଇଛନ୍ତି | ଭୁବନେଶ୍ୱରରେ ଥିବା ଓଡ଼ିଶା ୟୁନିଭରସିଟି ଅଫ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି(ଓୟୁଏଟି)ର ରେଜିଷ୍ଟ୍ରାର ଦାୟିତ୍ୱ ଓଏଏସ ଅଧିକାରୀ ଲୋପାମୁଦ୍ରା ମହାନ୍ତିଙ୍କୁ ଦିଆଯାଇଛି | ଲୋପାମୁଦ୍ରା ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟରେ ପ୍ରଶାସନିକ ଅଧିକାରୀ ଅଛନ୍ତି | ସେହିପରି ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଥିବା ଶ୍ୟାମଳୀ ମହାପାତ୍ରଙ୍କୁ ରମା ଦେବୀ ମହିଳା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି |

OST

ସମ୍ବଲପୁର ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ନୂଆପଡା ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଥିବା ସୀତାରାମ ପଟେଲଙ୍କୁ ଦିଆଯାଇଛି | ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସହଦେଵ ସମଧୀଆଙ୍କୁ ମୟୁରଭଞ୍ଜର ବାରିପଦାରେ ଥିବା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି |

ସେହିପରି ବୋର୍ଡ ଅଫ ରେଭିନ୍ୟୁର ଯୁଗ୍ମ ସଚିବ ଥିବା ବ୍ରହ୍ମାନନ୍ଦ ବେହେରାଙ୍କୁ ବାଲେଶ୍ୱରରେ ଥିବା ଫକୀର ମୋହନ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଦାୟିତ୍ୱ ଦିଆଯାଇଛି | ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଆଜି ଜାରି କରାଯାଇଛି | ବିଶ୍ୱବିଦ୍ୟାଳୟମାନଙ୍କରେ ଶିକ୍ଷାର ମାନ ଅଭିବୃଦ୍ଧି ପାଇଁ ଏଭଳି ନିଯୁକ୍ତି ଦିଆଯାଇଥିବା ସୂଚନା ମିଳିଛି |

ସମ୍ବନ୍ଧିତ ଖବର